କୋଭିଡ ଟାକ୍ସଫୋର୍ସ ପ୍ରଶିକ୍ଷଣ ଶିବିର ଓ ଅସହାୟଙ୍କୁ ସହାୟତା ପ୍ରଦାନ

ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗଣ୍ଡସମାଜ ଭବନରେ ଏକ କୋଭିଡ ଟାକ୍ସଫୋର୍ସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାସହ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଇଛି। ଲୁଥେରାନ ବିଶ୍ୱସେବା ସଂସ୍ଥା ଇଣ୍ଡିଆ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦୁଲାରାମ ମାରାଣ୍ଡି ଯୋଗଦାନ କରି କୋଭିଡ ପରିଚାଳନାର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଦୁଣ୍ଡେଲମାଲ ଓ ବାଙ୍କପଳାସ ପଂଚାୟତର ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ନେଉଛନ୍ତି।ଦେଦର, ଦୁଣ୍ଡେଲମାଲ, ବାଙ୍କପଳାସ, ଓ ବକ୍ସିତୁଳସିପାଲି ପଞ୍ଚାୟତର କୋଭିଡ ଆକ୍ରାନ୍ତ, ଦାଦନ ଶ୍ରମିକ, ଅତି ଗରିବ, ବିଧବା ଓ ବିକଳାଙ୍ଗ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।


ଶହେ ଜଣଙ୍କୁ ତିନି ହଜାର, ୧୫୦ଜଣଙ୍କୁ ଛଅ ହଜାର ଲେଖାଏ ଆର୍ଥିକ ସହାୟତା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଯମା କରାଯାଇଛି।ଯୁବତୀ ମାନଙ୍କୁ ସାନିଟାଇଜର କୀଟ ମଧ୍ୟ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ ଶିବିର ଓ ସହାୟତା ପ୍ରଦାନ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟଶ୍ରୀ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିରେନ୍ଦ୍ର ନାଥ ବାରିକ, ସୁଧୀର କୁମାର ସାହୁ, ସାଗରିକା ରାଉତଙ୍କ ସମେତ ଅନେକ ପ୍ରଶିକ୍ଷ୍ୟାର୍ଥୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.