ନିଶିଗନ୍ଧା ପ୍ରକୃତିବନ୍ଧୁ ସମ୍ମାନ-୨୦୨୧ ପ୍ରଦାନ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ପକ୍ଷରୁ ଦେଶର ୭୫ତମ ସ୍ୱାଧୀନତା ଦିବସ ବାଣୀ ବରିଷ୍ଠ ନାଗରିକ ମଞ୍ଚ ଚକେଇଶେଣି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଲୋକସଭା ସାଂସଦ ଡ଼ଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଉପସ୍ଥିତ ଥିଲେ। ସଭାରେ ଚକ୍ରଧର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ପ୍ରତିଷ୍ଠାତା ବଳରାମ ତରାଇ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ।

ସାନ୍ଧ୍ୟ ଅଧିବେଶନରେ ଉଦଘାଟକ ରୂପେ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ, ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡ଼ଃ ହୃଷିକେଶ ମଲ୍ଲିକ, ମୁଖ୍ୟ ବକ୍ତା ଭାବରେ ଓଡିଶା ରାଜ୍ୟ ରାଜଭାଷା ବିକାଶ ପରିଷଦ ଅଧ୍ୟକ୍ଷ ନାରାୟଣ ମୁଦୁଲି ଏବଂ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଡେପୁଟି କଲେକ୍ଟର ସୀତାଂଶୁ ତ୍ରିପାଠୀ ଯୋଗଦେଇ ସାହିତ୍ୟର ବିକାଶ ଧାରାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ମତ ବ୍ୟକ୍ତ କରିଥିଲେ ଏବଂ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ବିଭିନ୍ନ ସମାଜ ଅଭିମୁଖୀ କାର୍ଯ୍ୟ ପାଇଁ ବେଶ ପ୍ରଶଂସା କରିଥିଲେ। ଏହି ସଭାରେ ଅନୁଷ୍ଠାନର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଫାରକ ସଭାପତିତ୍ୱ କରିଥିଲେ। ଉପଦେଷ୍ଟା ନିରଦ ଚନ୍ଦ୍ର ଜେନା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ବଳରାମ ତରାଇ, ସରସ୍ୱତୀ ନାୟକ ଓ କରୁଣାକର ମଲ୍ଲିକ ପ୍ରାରମ୍ଭିକ ଭାଷଣ ଓ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟ୍ଟନାୟକ ସମ୍ବର୍ଦ୍ଧନା ପର୍ବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ପରେ ନିଶିଗନ୍ଧା ସାହିତ୍ୟ ସଂସଦର ଚାରୋଟି ଜୋନରେ ଜୋନର ସଭାପତି, ସଂଚାଳକ ଓ ସଂଯୋଜକଙ୍କ ସହଯୋଗରେ “ସ୍ୱାଧୀନ ଭାରତ” ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଅନେକ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ତଥା ସାନ୍ଧ୍ୟ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ କରିଥିବା ଓଡ଼ିଶାର ୬୪ ଜଣ ପ୍ରକୃତି ପ୍ରେମୀଙ୍କୁ” ନିଶିଗନ୍ଧା ପ୍ରକୃତିବନ୍ଧୁ ସମ୍ମାନ”ରେ ଆଭାସୀ ପ୍ରଣାଳୀରେ ସମ୍ମାନିତ କରlଯାଇଥିଲା। ଏହି ଅବସରରେ ରାଜ୍ୟର ଯୋଗ୍ୟ ବିବେଚିତ ବ୍ୟକ୍ତି ବିଶେଷ ପୁରୀରୁ ପ୍ରଦୋଷ କୁମାର ଦାଶ, ଚିଲିକାରୁ ସୁଧୀର କୁମାର ବେହେରା, ଖୋର୍ଦ୍ଧା ହରିପୁର ଶାସନରୁ ଅଖିଳ କୁମାର ପଲେଇ, ମାଲକାନଗିରିରୁ କରୁଣାକର ମଲ୍ଲିକ, ନୟାଗଡରୁ ଇଂ ଅର୍ଚ୍ଚନା ଦାଶ, କୋରାପୁଟରୁ ତ୍ରିନାଥ ପଟ୍ଟନାୟକ, ନାରୀ ସଶକ୍ତିକରଣ ସଭାପତି କୌଶଲ୍ୟା ବେଉରିଆ ପ୍ରମୁଖ ପ୍ରାୟ ୬୪ ଜଣକୁ ନିଶିଗନ୍ଧା ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.