ଦାଉ ସାଧୁଛନ୍ତି ଜଙ୍ଗଲି ହାତୀ: ୧୫ ହେକ୍ଟରରୁ ଉର୍ଦ୍ଧ୍ବ ଧାନ ଓ କପା ଫସଲ ନଷ୍ଟ, ଚିନ୍ତାରେ ଚାଷୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ଅଧିକାଂଶ ଇଲାକାରେ ବର୍ଷା ଅଭାବରୁ ଗଜା ମରୁଡିର ପଦଧ୍ଵନି ଶୁଭୁ ଥିବା ବେଳେ ଚାଷୀ କୂଳ ଚିନ୍ତାରେ ଶୂନ୍ୟ ଭରଷାରେ ପଡିରହିଛନ୍ତି। ଜମି ଫାଟି ଆଁ କରିଥିବା ବେଳେ ନର୍ଲା ବ୍ଲକ ଭାନପୁର ଓ ବାଲସିଙ୍ଗା ଗ୍ରାମର ଚାଷୀ ମାନେ ଜଙ୍ଗଲି ହାତୀ ଉପଦ୍ରବ ଯୋଗୁଁ ମୁଣ୍ଡରେ ହାତଦେଇ ବସିଛନ୍ତି। ଜଙ୍ଗଲି ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ତରଫରୁ ଆବଶ୍ୟକୀୟ ଉଦ୍ୟମ କରାଯାଉ ନ ଥିବା ଯୋଗୁଁ ଫସଲ ଓ ଧନ ଜୀବନ ହାନୀ ଆଶଙ୍କାରେ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ ଯେ, ନର୍ଲା ବ୍ଲକର ଭାନପୁର ଓ ବାଲସିଙ୍ଗା ଗ୍ରାମର ଚାଷୀ ମାନେ ଚଳିତ ଖରିଫ ଋତୁରେ ବ୍ୟାପକ ରୁପେ ଧାନ, କପା ଓ ହରଡ଼ ଚାଷ କରିଛନ୍ତି। ମୋୖସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷୀ କୂଳ ଭାଙ୍ଗିପଡିଥିବା ବେଳେ କାମେଡଙ୍ଗର ସଂରକ୍ଷିତ ଜଙ୍ଗଲରୁ ପ୍ରତ୍ୟେକ ଦିନ ଜଙ୍ଗଲି ହାତୀ ପଲ ଚାଷ ଜମିକୁ ପଶି ବ୍ୟାପକ ରୂପେ ରୁଆ ଧାନ ତଳି, କପା ଓ ହରଡ଼ ଚାଷକୁ ଦଳି ଚକଟି ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଚାଷୀଙ୍କ ଅଭିଯୋଗ ସତ୍ତ୍ୱେ ମଧ୍ୟ ବନ ବିଭାଗ ତରଫରୁ ହାତୀ ଘଉଡାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ଧନ ଜୀବନ ହାନି ଆଶଙ୍କାରେ ସାଧାରଣ ଲୋକେ ଭୟ ଓ ଆତଙ୍କ ରେ ରହୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu


ଉକ୍ତ ଗ୍ରାମର ୧୫ ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଏହି ଗ୍ରାମର ବିକ୍ରମ ମାଝୀ, ଦୁର୍ଯ୍ୟ ମାଝୀ, ସୁଶୀଲ ମାଝୀ, କହ୍ନେଇ ମାଝୀ, ବଳଦେବ କରୁଆଁ, କୌତୁକ ମାଝୀ, ନିର୍ମଳ ବାଗ, ଆଦିକନ୍ଦ ପଧାନ, ମିଟୁ ପଧାନ ପ୍ରମୁଖ ୨୦ ରୁ ଉର୍ଦ୍ଧ୍ବ ଚାଷୀ ତୁରନ୍ତ ଫସଲର କ୍ଷତିପୂରଣ ପାଇଁ ସରକାରଙ୍କ ଠାରେ ଦାବୀ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.