ଢେପଗୁଡା ଘାଟି ନିକଟରେ କାର୍ ଦୁର୍ଘଟଣା

ଲାଞ୍ଜିଗଡ଼, ୨୧|୮: ଲାଞ୍ଜିଗଡ଼ ବ୍ଲକ୍ ପୋଖରୀବନ୍ଧଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ (ଢେପଗୁଡା) ଲୋକନାଥପୁର ନିକଟରେ ଏକ (ଓଡି ୧୮ ଏଚ୍ ୬୮୧୦) କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ ଟି ଭବାନୀପାଟଣା ପଟୁ ପୋଖରୀବନ୍ଧ ଆଡ଼କୁ ଯାଉଥିବା ବେଳେ (ଢେପଗୁଡା) ଲୋକନାଥପୁର ନିକଟସ୍ଥ ଏକ ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି। କାର୍ ର ପଛ ପଟ ଅଂଶ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କାହାର କ୍ଷୟକ୍ଷତି ହୋଇଛିକି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ କାରରେ କୈାଣସି ଲୋକ ନଥିବାରୁ କିଛି ସୂଚନା ମିଳିପାରିନାହିଁ। ତେବେ କାର୍ ଟି କମଲ କୁମାର ଅଗ୍ରୱାଲ ନାମରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ କାର୍ ଟି ରାସ୍ତା କଡ଼ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.