ସହପାଠୀଙ୍କ ବିୟୋଗ ସ୍ମୃତିରେ ବୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ

● ଉଦାହରଣ ସୃଷ୍ଟିକଲେ ସହପାଠୀ

କଳାହାଣ୍ଡି, ୨୦|୮ (ହେମନ୍ତ ସାହୁ): ୨୦୦୫ ମାଟ୍ରିକ ବ୍ୟାଚ ଓ ୨୦୧୦ ମସିହା ମ.ରାମପୁର ମହାବିଦ୍ୟାଳୟ ବ୍ୟାଚର ବିଶ୍ୱଜିତ ସାହୁ(ରିଙ୍କୁ) ଗତ କିଛି ଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ମେଳାପୀ ବନ୍ଧୁ ଥିବା କାରଣରୁ ତାଙ୍କରି ବିୟୋଗରେ ନିଜ ସହପାଠୀମାନେ ମର୍ମାହତ ହେବା ସହିତ ତାଙ୍କରି ଏକାଦଶାହ ଅବସରରେ ନିଜ ବନ୍ଧୁଙ୍କ ସ୍ମୃତିରେ ଆଜି ଏକାଧିକ ଜନମଙ୍ଗଳ କାର୍ଯ୍ୟ କରି ଅନ୍ୟମାନଙ୍କ ପାଖରେ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏହି ବ୍ୟାଚର ସହପାଠୀମାନେ ନିଜ ନିଜ ଭିତରେ ସହାୟତାରାଶି ସଂଗ୍ରହ କରି ସ୍ୱର୍ଗତ ବିଶ୍ୱଜିତ ଅଧ୍ୟୟନ କରୁଥିବା ଦୁର୍ଗାମାଧବ ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ମ.ରାମପୁର ମହାବିଦ୍ୟାଳୟରେ ରେଷ୍ଟ ଚେୟାର ଦୁଇଟି ଲେଖାଏଁ ଏବଂ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର ଭାଇଭଉଣୀମାନଙ୍କୁ ଅନ୍ନବସ୍ତ୍ର ପ୍ରଦାନ ସହିତ ଆଶ୍ରମର ଅନ୍ତେବାସୀଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରିବା ସହିତ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି୍‌ଥିଲେ ।


ଆଜିର ସମସ୍ତ କାର୍ଯ୍ୟକ୍ରମ ସହପାଠୀ ଲିପ୍ସାମୟୀ ଦୁବେ, ବିଲୀନା ଦାଶ, ଅରୁନ୍ଧତି ପଣ୍ଡା, ସ୍ନିଗ୍ଧା ସେନାପତି, ଝୁନି ବେହେରା, ବନ୍ଦିତା ପ୍ରିୟଦର୍ଶିନୀ ସାହୁ, ଆଶାଲତା ପାତ୍ର, ମୀନାକ୍ଷୀ ମାଝୀ, ଜୟନ୍ତ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ନାୟକ, ଅନୀତା ସାହୁ, ଝୁନୁ ମହାଖୁଡ଼, ରାଜଲକ୍ଷ୍ମୀ ବେହେରା, ନମିତା ବେହେରା,ଗୀତାଞ୍ଜଳୀ ଦୋରା, ପ୍ରିୟଦର୍ଶିିନୀ ପାତ୍ର, ରିନୁ ଘିଭେଲା, ଶ୍ରଦ୍ଧାଞ୍ଜଳୀ ମହାରଣା, ତୃପ୍ତିମୟୀ ମହାଲିକ, ମନୋରଂଜନ ସାହୁ, ରାହାସ ପୋଢ, ଦିଲୀପ ସାହୁ, ଅନୀଲ ଦାଶ, ମୃତ୍ୟୂଞ୍ଜୟ ଘିଭେଲା, ବିଭୂପୟର ପଟ୍ଟନାୟକ,ବିକାଶ ମହାରଣା, ପ୍ରଦୀପ ପ୍ରଧାନ, ଶଙ୍କର ରଣା, ପ୍ରଦୀପ ସାହାଣୀ, ଆଶିଷ କେଡ଼ିଆ, ପରମେଶ୍ୱର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ଆଚାରୀ, ଶମ୍ଭୁଭୂଷଣ ସାହୁ, ଶେଷଦେବ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ମହାଖୁଡ଼, ମହାବିଦ୍ୟାଳୟରେ ରିଡ଼ର କଳ୍କୀରାମ ବର୍ଗର୍ତ୍ତୀ ଉପସ୍ଥିତ ରହି ସହପାଠୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.