ଗୋଲାମୁଣ୍ଡା ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳିନ ସମ୍ଭର୍ଦ୍ଧନା

କଳାହାଣ୍ଡି,୩୧ା୮ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକଙ୍କୁ ଆଜି ବିଦାୟ କାଳିନ ସମ୍ଭର୍ଦ୍ଧନା ଦିଆଯାଇଛି । ବ୍ଲକ ସାମ୍ବାଦିକ ସଂଘ ଓ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଏହି ସମ୍ଭର୍ଦ୍ଧନା ଦିଆଯାଇଛି । ପ୍ରଥମେ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ସାଉଲ ମଙ୍ଗରାଜ, ଦାମୋଦର ଦାସ, ଆଶୁତୋଷ ରାଉତ, ସୁଶାନ୍ତ କୁମାର ଦଳେଇ, ନଉକେଶ୍ୱର ପୁଟେଲଙ୍କ ଉପସ୍ଥିତିରେ ଓପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ଲକ ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କ ସଭାପତିତ୍ୱରେ ବଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ମୁଖ୍ୟ କିରାଣୀ ପ୍ରଦୀପ ମହାପାତ୍ର, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରମିତ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଚିତ୍ତରଂଜନ ଜେନା, କରୁଣାକର ମୁର୍ମ୍ମୁ, ପେସକର ଧରୁଆ, ସମ୍ଭୁ ପ୍ରସାଦ କେଙ୍ଗୁଆ, ମହମ୍ମଦ ଫାକ୍ରେ ଆଲମ କାଦ୍ରି, ଗୁରୁବା ପୁର୍ତ୍ତି, ସନ୍ତୋଷ କୁମାର ବେହେରା, ପିଏ ହେମନ୍ତ ଭୋଇ ତଥା ସମସ୍ତ ବ୍ଲକ କର୍ମଚାରୀ ସମସ୍ତ ପିଇଓ ଏବଂ ଜିଆରଏସଙ୍କ ଉପସ୍ଥିତିରେ ସହକାରୀ ଯନ୍ତ୍ରୀ ଶ୍ରୀ ନାୟକଙ୍କୁ ବିଦାୟକାଳିନ ସମ୍ଭର୍ଦ୍ଧନା ଦିଆଯାଇଛି । ଶ୍ରୀ ନାୟକ ୫ବର୍ଷରୁ ଉର୍ଦ୍ଧ୍ୱ ହବେ ଗୋଲାମୁଣ୍ଡା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବରେ ଓ ପରବର୍ତ୍ତି ସମୟରେ ସହକାରୀ ଯନ୍ତ୍ରୀ ଭାବରେ ବ୍ଲକରେ ଅନେକ ଉନ୍ନତି ମୁଳକ କାର୍ଯ୍ୟ ସୁଚାରୁ ରୂପରେ କରିବା ସହିତ ଜଣେ ପରୋପକାରି ମେଳାପି ଲୋକ ଥିବାରୁ ସମସ୍ତଙ୍କ ପ୍ରିୟପାତ୍ର ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.