ଲଘୁଚାପ ଜନିତ ଲଗାଣ ବର୍ଷାରେ ତିନୋଟି ଘର ସମ୍ପୂର୍ଣ୍ଣ ନଷ୍ଟ, ସ୍ଥିତି ସମିକ୍ଷା କଲେ ରାଜସ୍ବ ନିରୀକ୍ଷକ

ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ସ୍ଥିତ କୋଣ୍ଡାଜାମ ଗ୍ରାମରେ ଲଗାଣ ବର୍ଷାରେ ତିନୋଟି ପରିବାର ବାସହରା ହୋଇ ପଡିଛନ୍ତି। ସୂଚନା ଥାଉ କି ଗତ କିଛି ଦିନ ଧରି ଅନବରତ ବର୍ଷା ଲାଗି ରହିଥିବା ବେଳେ ସୋମବାର ଦିନ ଲଘୁଚାପ ଜନିତ ବର୍ଷାରେ ବଳରାମ ବିଡ଼ିକା ରାତି ଘରେ ସୋଇଥିବା ଅବସ୍ଥାରେ ଘରର ସମ୍ପୂର୍ଣ୍ଣ କାନ୍ତ ଭୁଶୁଡି ପଡ଼ିଥିବା ବେଳେ ବଳରାମଙ୍କ ଘର ନିକଟରେ ବାସ କରୁଥିବା କାଳିବତୀ କରକରିଆଙ୍କ ଘରର କାନ୍ଥ ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ସେହିପରି କୋଣ୍ଡାଜାମ ଗୁଡାର ସୁଦାମ କଲକାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି।

Omkar Vasthu
Omkar Vasthu


ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ଆଜି ରାମନାଗୁଡା ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ଭବାନୀ ଶବର କଣ୍ଡାଜାମ ଠାରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହାସହ ପାରୀକ୍ଷିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ଯୋଗାଣ ସହାୟକ ଶିବ ଶଙ୍କର ଧୋବା କ୍ଷତିଗ୍ରସ୍ତଙ୍କୁ ଭେଟି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.