ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କୋଲନରା ବ୍ଳକ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ସମ୍ମିଳନୀ କକ୍ଷେରେ ଆଂଚଳିକ ଶିଳ୍ପ କେନ୍ଦ ରାୟଗଡା ତରଫରୁ ଏକ କ୍ଷୁଦ୍ର,ମଧ୍ୟମ,ବୃହତ ଶିଳ୍ପ ସ୍ତରୀୟ ସଂଯୋଗ ଓ ସମନ୍ନୟ ସମ୍ମିିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାୟଗଡା ଓ ଆଖାପାଖ ଅଂଚଳର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ସମ୍ମିଳନୀକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାୟଗଡା ଶିଳ୍ପ ସଂପ୍ରସାରଣ ଅଧିକାରୀ ସବ୍ୟସାଚୀ ସାହୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଆଚଂଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବିକାଶ ଚନ୍ଦ୍ର ବାଇନ୍ ସମ୍ମିଳନୀଟିକୁ ସଂଯୋଜନା କରିବା ସହ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ସମନ୍ନୟ ରକ୍ଷା କରିବାରେ ଆମେ ସର୍ବଦା ଅଙ୍ଗୀକାରବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଜିଲ୍ଳାପାଳ ଶ୍ରୀ ମିଶ୍ର ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ ଓ ସହଯୋଗ କରି ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଉତୀର୍ଣ୍ଣ ହେଲେ ଲୋକଙ୍କର ମୁଣ୍ଡପିଛା ଆୟ ବଢିବା ସହିତ ବେରୋଜଗାର ଦୂର ହୋଇ ପାରିବ ଏବଂ ଆଜିର ଯୁବଶକ୍ତି ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ ।
ସେହିପରି ସମ୍ମିଳନୀର ସହ ଅଧ୍ୟକ୍ଷ ତଥା ଇମ୍ଫାର ଉପସଭାପତି (ଉତ୍ପାଦନ)କେ.ଭେଙ୍କେଟଶ୍ୱର ରାଓ କ୍ଷୁଦ୍ର ଶିଳ୍ପର ପ୍ରତିନିଧିମାନେ ସମୟାନୁକ୍ରମେ କାରଖାନାକୁ ଆସି ବୃହତ ଶିଳ୍ପର ଚାହିଦା ଏବଂ ଗୁଣାତ୍ମକ ବିଷୟରେ ବୁଝାବୁଝି କରି ସମନ୍ନୟ ରକ୍ଷା କରିପାରିଲେ ସମସ୍ତିଙ୍କର ଉନ୍ନତି ହେବ ଏବଂ ଇମ୍ଫା ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଳା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଏ.ଗୋବିନ୍ଦ ରାଓ ଓ ଅଗ୍ରୀଣ ବ୍ୟାଙ୍କର ମୁଖ୍ୟ ପରିଚାଳକ ଧୀରେନ୍ଦ୍ର ବିହାରୀ ସମ୍ମାନୀୟ ଅତିିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଂଚଳିକ ଶିଳ୍ପ କେନ୍ଦ୍ରର ସୈାମିତ୍ର ପଟ୍ଟନାୟକ ଏବଂ ଶିବଲାଲ୍ ସୋରେନ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପମହାପ୍ରବନ୍ଧକ (ବ୍ୟବସାୟିକ) ବିଭୁତିଭୂଷଣ ପଟ୍ଟନାୟକ ଇମ୍ଫାର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ଇମ୍ଫାର ଉପମହାପ୍ରବନ୍ଧକ (ମାନବ ସଂବଳ ଓ ପ୍ରଶାସନ)କଲୋଲ କୁମାର ନାୟକଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିବା ବେଳେ ସମ୍ମିଳନୀରେ ଇମ୍ଫାର ଆବଶ୍ୟକତା ସହିତ କ୍ଷୁଦ୍ର ଶିଳ୍ପମାନଙ୍କର ଆଲୋଚନା ଖୋଲାଖୋଲି ଓ ପ୍ରାଂଜଳ ଭାବେରେ ହୋଇଥିଲା ଏବଂ ଉପସ୍ଥିତ ଅତିଥିମାନେ ଏହାକୁ ଭୂୟଷି ପ୍ରଶଂସା କରିଥିଲେ । ଶେଷରେ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।