କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମରକଟା ଗାଁ ଧରଣୀ ପୀଠରେ ନୂଆଖାଇ ଭେଟ ଧୂମ୍ଧାମ୍ ରେ ପାଳିତ ହୋଇ ଯାଇଛି। ନୂଆଁଖାଇ ଭେଟ୍ ଆୟୋଜକ କମିଟି ନର୍ଲା ଓ ସମର୍କଟା ଗଣେଶ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖିଆ ମୁରଲିଧର ଭୋଇ, କପୁରଚନ୍ ମାଝୀ, ଅରୁଣ କୁମାର ପ୍ରଧାନୀ, ମଦନ ଭୋଇ, ଦେବ ଗଉଡ଼, ଭଗବାନ ମାଝୀ, ନିରନ୍ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ।
ଏଥିରେ ସାମୁହିକ ନୂଆ ଖିଆ ସହ ନାଚ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା, ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପିତାମ୍ବର ଗଉଡ଼, ଗଣେଶ ଭୋଇ ଓ ଅର୍ଣ୍ଣପୂର୍ଣା ଭୋଇଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହାସହ ସପୁର ଗଉଡ଼, କଲାବତୀ କୁମାର୍, ଆଲାଦିନୀ ଭୋଇଙ୍କୁ କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ କରା ଯାଇଥିଲା।