ହାଇଦ୍ରାବାଦ ଇଟା ଭାଟିରେ ମହଗାଁ (ସିନାପାଲି ) ର ୧୯ ଜଣ ଶ୍ରମିକ, ୫ ଶିଶୁ ବନ୍ଧକ ଓ ନିର୍ଯ୍ୟାତିତ ଅଭିଯୋଗ

ନୂଆପଡା,୨୧/୨: ନୂଆପଡା ଜିଲ୍ଲାର ସମସ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏକ ସଚେତନ ଗଣମାଧ୍ୟମ ଭାବେ ଓଡ଼ିଆ ବାର୍ତା ଲଗାତାର ଏହି ଜିଲ୍ଲାର କୋଣ ଅନୁକୋଣର ଖବର ପ୍ରସାରଣ କରିବାରେ ଲାଗିଛି । କିଛି ଦିନ ତଳେ କୃଷକଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଟଙ୍କା ପାଇ ନ ଥିବାର ଅଭିଯୋଗ ହୋଇଥିଲା । ଏକଥା ଆମ ନୂଆପଡା ପ୍ରତିନିଧି ପ୍ରକାଶ କରି ସରକାର, ଅଧିକାରୀ ଓ ସଂପୃକ୍ତ କମ୍ପାନୀର ଖାମଖିଆଲ ଗୁଣ ବିଷୟରେ ପରିପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

ପଟେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ନାନାଦି ମାନସିକ ତଥା ଶାରୀରିକ ଯନ୍ତ୍ରଣା ଓ କାମ କରି ଥିବା ନିଜର ଟଙ୍କା ମଧ୍ୟ ପାଇ ପାରୁ ନାହାନ୍ତି । ଏଭଳି ଏକ ଅଭିଯୋଗ ଆସିଛି ମହଗାଁ, ଗୋଢାଲ ପଞ୍ଚାୟତ ସିନାପାଲି ବ୍ଲକରୁ ।

Pearl dental clinic
Near Ashish Medical Store, Bhawanipatna

ପ୍ରପ୍ତ ତଥ୍ୟ ଅନୁସାରେ ଗତ ବର୍ଷ ଡିସେମ୍ବର ମାସରେ ଖରିଆର ବ୍ଲକ ସ୍ଥିତ କୁର୍ଲୁଭଟା ଗାଁର ବନ ବିହାରୀ ବାଗ ନାମକ ଦାଦନ ସର୍ଦାର ମହଗାଁ ର ଶ୍ରମିକ କାନ୍ତ ହରିଜନ (୩୨), ଇନ୍ଦ୍ର ହରିଜନ (୫୫), ଅମୃତ ହରିଜନ (୨୫), କୁମାରୀ ହରିଜନ (୨୮), ରାଜକୁମାର ହରିଜନ (୫୮), ରତନେ ଦୀପ (୨୭), ରାମେଶ୍ୱର ତାଣ୍ଡି (୩୩), ସନ୍ତୋଷ ଦୀପ (୩୦), ଲତା ହରିଜନ (୨୮), ସୁମିତ୍ରା ହରିଜନ (୫୯), ଚମ୍ପା ତାଣ୍ଡି (୩୪), ସନ୍ତ୍ରା ହରିଜନ (୩୪), ଦୁର୍ଯ୍ୟୋଧନ ହରିଜନ (୬୫), ଡମବୁଡ଼ା ରାଉତ (୫୬), ରୂପଧର ରାଉତ (୨୨), ଶକୁନ୍ତଳା ହରିଜନ (୧୬) ଓ ଶିଶୁ ସତ୍ୟବାନ ହରିଜନ (୭), ବୀଣା ଦୀପ (୯), ବର୍ଷା ହରିଜନ (୪), ପ୍ରେମଲାଲ ଦୀପ (୬), ପୂର୍ଣାନନ୍ଦ ହରିଜନ (୭)ଙ୍କୁ ହାଇଦ୍ରାଦ ସହର ନିକଟସ୍ଥ ଗୁଣ୍ଢେଲଗୁଡା ଗ୍ରାମ ର ସି.ବି.ଆଇ ଇଟା କମ୍ପାନୀରେ କାମ କରାଇବା ପାଇଁ ନେଇ  ଯାଇଥିଲେ । ବର୍ତମାନ ସେହି କମ୍ପାନୀର ମାଲିକ ବ୍ରହ୍ମ ସେଠ ପ୍ରତେକ ଦିନ ଶ୍ରମିକଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ , ମାର ପିଟ କରିବାସହ ଖାଇବା କୁ ଦେଉ ନାହିଁ । ଏପରିକି ଜର ହେଉଥିଲେ ବି ଔଷଧ ନଦେଇ କାମରେ ଯିବାକୁ ବାଧ୍ୟ୍ୟ କରୁଛି । ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ମହଗାଁ ନିବାସୀ ଶ୍ରମିକ ସେଠାରେ ଛଟପଟ ହେଉଛନ୍ତି । କାମ କରି ଥିବା ନିଜର ଟଙ୍କା ମାଗିଲେ ମାରି ପିଟିକି ମାଲିକ ଡରାଇ ଦେଉଛି ବୋଲି ଫୋନେ ଯୋଗେ ଲୁଚି ଛପିକି ମହଗାଁରେ ଥିବା ତାଙ୍କର ପରିବାର ଲୋକ ଓ ସହିପଡିଶା ଲୋକଙ୍କୁ କହିବାରୁ ଆଜି ଖରିଆର ରୋଡ ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ତାଙ୍କ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି ।

Udyog Nursery
Udyogi Nursery

ଅଭିଯୋଗକାରୀଙ୍କ ମଧ୍ୟରୁ ଗୋବିନ୍ଦ ହରିଜନ, ଭାସ୍କର ହରିଜନ, ଦୀନେଶ ହରିଜନ ଓ ମହଗାଁ ର କେତେକ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମିକ ନିରିକ୍ଷକ(ଇନିସ୍ପେକଟର) ଗୌରାଙ୍ଗ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଲେ – ଅତି ଶୀଘ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ କଥା ହୋଇ ହାଇଦ୍ରାବାଦ ରେ ବନ୍ଦି ଥିବା ମହଗାଁ ର ୨୪ ଜଣ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବେ । କିନ୍ତୁ କୌଣସି କାରଣ ଯୋଗୁଁ ଏହି ଶ୍ରମିକ ମାନେ ପଞ୍ଜିକୃତ ଶ୍ରମିକ ଅଟନ୍ତି କି ନାହିଁ ସେ କହି ପାରିଲେ ନାହିଁ ।  ଯଦି ଏହି ଶ୍ରମିକ ପଂଜିକୃତ ଶ୍ରମିକ ନୁହନ୍ତି ତାହେଲେ ତାଙ୍କୁ ପଂଜିକୃତ କରାଇ ଦେବୁ ବୋଲି କହିଛନ୍ତି ଉକ୍ତ ଅଧିକାରୀ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.