ପ୍ରେସ୍ ୟୁନିୟନ ରାୟଗଡ ର ତୃତୀୟ ବାର୍ଷିକ ଉତ୍ସବ

ରାୟଗଡା,୨୪/୨: ରାୟଗଡ ଜିଲ୍ଲାର ସୀମାନ୍ତ ଉପାନ୍ତ ଅଂଚଳରେ ନିଜ ମାତୃଭାଷା ଓଡିଆକୁ ଉଦଜୀବିତ କରି ରଖିବା, ରାୟଗଡ ସହର ତଥା ଜିଲ୍ଲାରେ ବନୀକରଣ କରି ସବୁଜ ପରିବେଷ୍ଟିତ କରିବା ଦିଗରେ ଏବଂ ସମାଜସେବା ତଥା ନିଜର ୟୁନିୟନର ସମସ୍ତ ସାମ୍ବାଦିକ ସଦସ୍ୟଙ୍କ ଜରୀଆରେ ଲୋକଙ୍କ ସମସ୍ୟାକୁ ସରକାରଙ୍କ ଠାରେ ପଂହଚାଇବା ପାଇଁ ଅନବରତ ଭାବେ ନିଜ ଦାୟିତ୍ବ ସଂପାଦନା କରି ଆସୁଥିବା ପ୍ରେସ୍ ୟୁନିୟନ ରାୟଗଡ’ର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ହୋଟେଲ ତେଜସ୍ବୀ ସମ୍ମିଳନୀ କକ୍ଷ ଠାରେ ୟୁନିୟନର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ଉତ୍ସବରେ ‍ମୁଖ୍ୟ ଅତିଥି ଭାବେ ଦି ବିଜିନେସ ଷ୍ଟାଣ୍ଡାର୍ଡ,ଇଂରାଜୀ ଦୈନିକ ଖବର କାଗଜର ସଂପାଦକ ଦିଲ୍ଲୀପ ଶତପଥି, ସମ୍ମାନୀତ ଅତିଥି ଭାବେ କୃଶକ ସମ୍ବାଦ ଓ ସର୍ବଶକ୍ତି ଖବରକାଗଜର ସଂପାଦକ ଭାସ୍କର ଚନ୍ଦ୍ର ବେହେରା ଓ ମୁଖ୍ୟବକ୍ତା ଭାବେ ନ୍ୟାୟବତୀ ପରିଚାଳକ ତ୍ରୀଦେବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ରାୟଗଡାର ଦିବଂଗତ ସାମ୍ବାଦିକ ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା ଏବଂ ପୁଲଓ୍ବାମାରେ ଆତଙ୍କବାଦୀ ଦ୍ବାରା ଶହିଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Udyog Nursery
Udyogi Nursery

ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ଦୀପ ପ୍ରଜ୍ବଳନୀ କରିଥିବା ବେଳେ ମ୍ୟୁଜିକ ଗ୍ୟାଲେକ୍ସଜିର ଶିକ୍ଷାର୍ଥୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲେ । ପ୍ରେସ ୟୁନିୟନର ସାଧାରଣ ସଂପାଦକ ମନୋଜ କୁମାର ସାହୁ ସଂପାଦକୀୟ ପାଠ କରିଥିଲେ ।

ସେହିପରି କାଶିପୁରର ପରିବେଶବିତ୍ ବୁଟି ଗୈାଡଙ୍କୁ ନିମନ୍ତ୍ରୀତ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା ବେଳେ ସ୍ବର୍ଗତ ସାମ୍ବାଦିକ ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡା ଓ ସୁରେଶ ଚନ୍ଦ୍ର ପାଢୀଙ୍କ ଅବଦାନକୁ ମନେ ପକାଇ ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ସ୍ନେହଲତା ପାଢୀ ଏବଂ ଶ୍ରୀ ପାଢୀଙ୍କ ସ୍ତ୍ରୀ ସଙ୍ଗିତା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରେସ ୟୁନିୟନର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.