ଅଟାଙ୍ଗଗୁଡା ହାଇସ୍କୁଲ ତରଫରୁ ସହଯୋଗ ତାଲିମ କାର୍ଯ୍ୟକ୍ରମ

ଭବାନୀପାଟଣା: ରାଜ୍ୟ ଶିକ୍ଷା ବିଭାଗ ଦ୍ୱାରା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଏକ ଦୁଇ ଦିନିଆ ତାଲିମ ଶିବିର ସାରା ରାଜ୍ୟରେ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି। ସେହି କ୍ରମରେ ଭବାନୀପାଟଣା ବ୍ଲକ ଅଟାଙ୍ଗଗୁଡା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଆଶୁତୋଷ ମିଶ୍ରଙ୍କ ସଭାପତିତ୍ୱରେ ଏହି ତାଲିମ ‘ସହଯୋଗ’ ଆୟୋଜିତ ହୋଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ବିଦ୍ୟାଳୟ ପ୍ରତି ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ତଥା ସଚେତନତା ନେଇ ପ୍ରଶିକ୍ଷଣ ଦିଆଯାଇଛି।


ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କରୋନା ସମୟରେ ପିଲାଙ୍କୁ କିପରି ପ୍ରାଥମିକ ଶିକ୍ଷଣ ସହ ଯୋଡ଼ା ଯାଇପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଶିକ୍ଷଣ ଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ସୀତାରାମ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.