କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ବାଳ ଗୋପାଳ ସେବା ନିକେତନ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିକୃତିରେ ପୂଜ୍ୟ ପୂଜା ପରେ ଅନୁଷ୍ଠାନ ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି କଳାହାଣ୍ଡିର ସଦସ୍ୟା ସୁଶ୍ରୀ ସ୍ବର୍ଣ୍ଣଲତା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ଲଲିତ କାନୁନଗୋ, ସମ୍ମାନୀତ ଅତିଥିଭାବେ ସୁରକ୍ଷା ଅଧିକାରୀ ବିକାଶ ରଞ୍ଜନ କର ଓ ମାର୍ଶାଲ ଆର୍ଟ ପ୍ରଶିକ୍ଷକ କୈଳାଶ ଦୁର୍ଗା, ପରିଚାଳକ ପିଣ୍ଟୁ ଗଉଡ ପ୍ରମୁଖ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଅନ୍ତେବାସୀ ମାନେ ପ୍ରାରମ୍ଭିକ ସଙ୍ଗୀତ, ସମାପନ ସଙ୍ଗୀତ ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ। ଗୋବିନ୍ଦ ଦାଶ, ସଂଗ୍ରାମ ମାଝୀ, ଦେବୀ ଲାଲ ବାଗ, ଆଦିତ୍ୟ ସୁନା, ଟିକ ଚନ୍ଦ୍ର ଗୌଡ଼, ଶମ୍ଭୁ ମାଝି ମଧ୍ୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। କୁଇଜ଼ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା। ଶେଷରେ ଅନ୍ତେବାସୀ ସୁଜିତ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।