କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଦେବଗିରି ମଠ ବୁଢିପଦରର ଉପଦେଷ୍ଟା କିଶୋର ଚନ୍ଦ୍ର ଧଙ୍ଗଡାମାଝୀଙ୍କ ପରଲୋକ ହୋଇଯାଇଛି। ନର୍ଲା ବ୍ଲକ ବୁଢିପଦର ସ୍ଥିତ ବାସଭବନରେ ଆଜି ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଉତ୍ତମ କୁମାର, ପୁତ୍ରବଧୂ, ପତ୍ନୀ, ନାତି ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ସ୍ବର୍ଗତ ଧଙ୍ଗଡାମାଝୀ ଦେବଗିରି ମଠ ଏଡଭାଇଜରି ବୋର୍ଡରେ ରହି ମଠର ପ୍ରଭୁତ ଉନ୍ନତି କରାଇଥିଲେ। ଏହାସହ ଅଞ୍ଚଳର ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଭାବେ ସେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ରାତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଦେବଗିରି ମଠ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗଜାନନ ସାଂସ୍କୃତିକ ଅନୁଷ୍ଠାନ, ମାଁ ତାରିଣୀ ସାଂସ୍କୃତିକ ଅନୁଷ୍ଠାନ, ନର୍ଲା ସାମ୍ବାଦିକଙ୍କ ପକ୍ଷରୁ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ନିରଞ୍ଜନ ଗଉଡ, ମନୋଜ ଷଢଙ୍ଗୀ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ, ରଞ୍ଜନ ମହାନ୍ତି, ଚିନ୍ତାମଣି ନାଏକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।