ନର୍ଲାରୋଡ ଦୁର୍ଗାପୂଜା: ଚାଲିଛି ଦେବୀଙ୍କ ସପ୍ତମୀ ନିତି, ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଭକ୍ତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବହୁ ପ୍ରସିଦ୍ଧ ନର୍ଲାରୋଡ ଦୁର୍ଗାପୂଜା କୋଭିଡ ଗାଇଡଲାଇନ ମଧ୍ୟରେ ପରିଚାଳିତ ହେଉଛି। ୯ ଦିନ ଧରି ଆୟୋଜିତ ହେଉଥିବା ଏହି ଦୁର୍ଗାପୂଜାରେ ଆଜି ସପ୍ତମୀ ନିତି ଚାଲିଛି। ଭକ୍ତ ଓ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦେବୀଙ୍କ ଦର୍ଶନ କରୁଛନ୍ତି। ସରକାରଙ୍କ କୋଭିଡ ନିୟମ ଅନୁସାରେ ମଣ୍ଡପ ଭିତରେ ମାତ୍ର ୭ ଜଣ ରହୁଛନ୍ତି।

ଅନ୍ୟପକ୍ଷରେ ଦୁର୍ଗା ମଣ୍ଡପ ପରିସରରେ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି। ଏଥିପାଇଁ ମଣ୍ଡପରେ ପ୍ରବେଶ ପୂର୍ବରୁ ମାକ୍ସ ଯାଞ୍ଚ କରିବା ସହ ମହିଳା ଓ ଶିଶୁ ଭକ୍ତ ମାନଙ୍କୁ ପୂଜା କମିଟି ପକ୍ଷରୁ ମାଗଣାରେ ମାକ୍ସ ଯୋଗାଇ ଦିଆଯାଉଛି। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରୁଥିବାରୁ ନର୍ଲାରୋଡ ଦୁର୍ଗାପୂଜା ପୂଜା କମିଟି ସଭାପତି ହମେଶ ଜୈନ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

 

ଏବର୍ଷ ଏହି ନବରାତ୍ରୀ ପୂଜାରେ କର୍ତ୍ତା ଭାବେ ଜହରଲାଲ ବିଶ୍ବାଳ ସପତ୍ନୀକ ଦାଇତ୍ୱ ନିର୍ବାହ କରୁଥିବାବେଳେ ନର୍ଲାରୋଡ ଦୁର୍ଗାପୂଜା କମିଟି ଉପସଭାପତି ବିମଳ କୁମାର କେଡିଆ, ସଂପାଦକ ରାଜା ପରିଡ଼ାଙ୍କ ସମେତ ପୂଜା କମିଟିର ବରିଷ୍ଠ ସଦସ୍ୟ ରାଜିନ ସାହୁ, ବାବୁଲା ରାଉତ, ଉପଦେଷ୍ଟା ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଲିଙ୍ଗରାଜ ମିଶ୍ର, ଟୁଲୁ ଓଝା, ଓମ୍ ପୁଝାରୀ, ମନୋଜ ଅଗ୍ରୱାଲ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାରଙ୍କ ସମେତ ଅମର ରାଉତ, ବିନାୟକ ସିଂ, ରାଜେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରୁଛନ୍ତି। ଆଜି ମହାସପ୍ତମୀ ପୂଜାରେ ନର୍ଲାରୋଡ ମାରଓ୍ବାଡି ମହିଳା ମଣ୍ଡଳ ଭୋଗ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.