ପୁରପଲ୍ଲୀରେ ପାଳିତ ହେଉଛି ଭାଇ ଜିଉନ୍ତିଆ ଓଷା, ନିଷ୍ଠା କାଷ୍ଠାର ସହ ବ୍ରତ ରଖିଛନ୍ତି ଭଉଣୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଜଗତ ଜନନୀ ଦୂର୍ଗାଙ୍କର ମହାସପ୍ତମୀ ନିତି ପୂଜା ମଣ୍ଡପ ମାନଙ୍କରେ ଚାଲିଥିବା ବେଳେ କଳାହାଣ୍ଡିର ଗାଁ ଗାଁ ରେ ଭାଇ ଜିଉନ୍ତିଆ ଓଷା ପାଳିତ ହେଉଛି। ଆଜି ଭାଇ ଜିଉନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି। ଅଶ୍ବିନ ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୂର୍ଗାଙ୍କୁ ୨୧ ପ୍ରକାର ଫଳ, ସାତ ପ୍ରକାର ଫୁଲ, ଶହେ ଆଠ ଦୁବ, ନଡିଆ, ଅରୁଆ ଚାଉଳ, ଅଁଳା ଡାଳ, ଆଖୁ, ବେଲପତ୍ର ଆଦି ସହ ପୂଜା କରି  ଭାଇର ଦୀର୍ଘାୟୁ କାମନା କରିବା ସହ ମଙ୍ଗଳ ମନାସି ନିଷ୍ଠା ଓ କାଷ୍ଠା ସହ ଭାଇ ଜୀଇଁନ୍ତିଆ ବ୍ରତ ପାଳନ କରିଥାନ୍ତି ଭଉଣୀମାନେ। ତା’ପର ଦିନ ଅର୍ଥାତ୍ ମହାଷ୍ଟମୀ ଦିନ ଦୁବ ଉତରାଇ ଭାଇକୁ ଜିଉନ୍ତା ପିନ୍ଧାଇ ଥାନ୍ତି।

କଳାହାଣ୍ଡି ଜିଲ୍ଲାର ନର୍ଲା, କର୍ଲାମୁଣ୍ଡା, କେସିଙ୍ଗା, ମ.ରାମପୁର, ଲାଞ୍ଜିଗଡ଼, କଲମପୁର, ଥୁଆମୂଲ ରାମପୁର, କୋକସରା, ଜୟପାଟଣା, ଧର୍ମଗଡ, ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଆଦି ଅଞ୍ଚଳମାନଙ୍କରେ ଭକ୍ତିମୟ ପରିବେଶ ମଧ୍ୟରେ ଭାଇ ଜିଉନ୍ତିଆ ଓଷା ଚାଲିଛି। ବୁଧବାର ଭାଇମାନଙ୍କୁ ଜିଉନ୍ତା ପିନ୍ଧାଇବେ ଭଉଣୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.