କଳାହାଣ୍ଡି କୁଲତା ସମାଜର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ମହାଷ୍ଟମୀ ପୂଜା

ଭବାନୀପାଟଣା: ସଦର ବ୍ଲକ ଅନ୍ତର୍ଗତ ଜମୁନାବାହାଲ ସ୍ଥିତ କଳାହାଣ୍ଡି କୁଲତା ସମାଜର ଇଷ୍ଟଦେବୀ ମା’ ରାମଚଣ୍ଡୀଙ୍କ ପୀଠରେ ମା’ଙ୍କର ଶାରଦୀୟ ମହାଷ୍ଟମୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ, ଜିଲ୍ଲା ସମ୍ପାଦକ ବିଜୟ କୁମାର ଭୋଇ, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ଭୋଇ, ମନ୍ଦିର ପରିଚାଳନା କମିଟିର ସଭାପତି ପୂର୍ଣ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଗଙ୍ଗାଧର ପ୍ରଧାନଙ୍କ ତତ୍ୱାବଧାନରେ ଏହା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାରୁ ସମାଜର ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ସହିତ ବିଭିନ୍ନ ଆଞ୍ଚଳିକ କମିଟି, ଗ୍ରାମ୍ୟ କମିଟି ତଥା ସଂସ୍କାର କମିଟି, କୋର କମିଟି, ଜୋନାଲ କମିଟିର ସମସ୍ତ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ଯୁବକ ଓ ମହିଳାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ଦିରର ଉନ୍ନତି କଳ୍ପେ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତିବିଶେଷ ଯଥା ଚହଗାଁ ରଘୁମଣି ପଧାନ, କୁଣ୍ଡାବନ୍ଧ ଅମିତ କୁମାର ବିଶ୍ବାଳ, ପାଣିମୁଣ୍ଡା ନାରାୟଣ ପଧାନ, ଉଦେପୁର ଅରୁଣ କୁମାର ପ୍ରଧାନ, ସରିଆଁ ହିମାଂଶୁ ଭୋଇ, ଲଷ୍ମୀପୁର ପୂର୍ଣ୍ଣଚନ୍ଦ୍ର ପଧାନଙ୍କୁ କଳାହାଣ୍ଡି କୁଲତା ସମାଜ ତରଫରୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସାଂସ୍କୃତିକ ସଂଯୋଜକ ଦିଲୀପ କୁମାର ସା ଓ ଧ୍ରୁବ ଚରଣ ବିଶ୍ୱାଳଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ସହଯୋଗ କରିଥିବା ସମସ୍ତ କଳାକାରଙ୍କୁ ସମାଜ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀପୁର ମୋହନ ଶଙ୍କର ପଧାନ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.