ଗ୍ୟାସ ଟାଂକି ବିସ୍ଫୋରଣରେ ବାପ ପୁଅ ଙ୍କ ମୃତ୍ୟୁ

ଧର୍ମଗଡ,୪/୩: ରୋଷେଇ କରୁଥିବା ସମୟରେ ହଟାତ ଗ୍ୟାସ ଟାଂକି ଫାଟିଯିବାରୁ ଘଟଣା ସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ଆହତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିବା ପରି ଏକ ହୃଦୟ ବିଦାରକ ଘଟଣାରେ ସମସ୍ତେ ସ୍ଥବ୍ଧ ହୋଇଯାଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ଟେମରି ଗାଁରେ ଗତକାଳି ସଂଦ୍ଧ୍ୟା ସମୟରେ କପିଳ ପଟେଲଙ୍କ ସ୍ତ୍ରୀ ରୋଷେଇ କରୁଥିବ ବେଳେ ଗ୍ୟାସ ଟାଂକି ବିସ୍ପୋରଣ ହୋଇଥିଲା । ଟାଂକି ବିସ୍ଫୋରଣ ହେବାରୁ ଘଟଣା ସ୍ଥଳରେ କପିଳ ପଟେଲ ଓ ପୁଅ ସଂଜୀବଙ୍କ  ମୃତ୍ୟୁ ଘଟିଥିଲା ।

Omkar Vasthu
Omkar Vasthu

ଏହି ଘଟଣାରେ ମହିଳା ଜଣକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତିହୋଇ ଜୀବନ ମରଣ ସହ ଲଢେଇ କରୁଛନ୍ତି । ଘଟଣା ସ୍ଥଳରେ ଦମକଲ ବାହିନୀ ବିଳମ୍ବରେ ପହଞ୍ଚିବା ସମୟରେ ସବୁ ଶେଷ ହୋଇ ସାରିଥିଲା ।

Pearl dental clinic
Near Ashish Medical Store, Bhawanipatna

ଧର୍ମଗଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.