କଳାହାଣ୍ଡି,୩/୩ : ଧର୍ମଗଡ ବ୍ଲକ ଅଧିନସ୍ଥ ଧଅଁରପୁର ଓ ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ଠାରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଆନୁକୁଲ୍ୟରେ ଡାଲିଜାତିୟ ଓ ଲଘୁଶସ୍ୟ କ୍ଷେତ୍ର ଦିବସ ପାଳନ ହୋଇଯାଇଛି । ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ବେହେରାଗୁଡ଼ା ଠାରେ(ଡାଲି ଜାତିୟ) ବିରିଚାଷ ଉପରେ ଚାଷୀ ମାନଙ୍କୁ ବିରିଚାଷର ଉପକାରିତା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଧଅଁରପୁର ଠାରେ (ଲଘୁସଶ୍ୟ) ଶଙ୍କରା ଜାତିୟ ମକା ଚାଷ ଉପରେ ଚାଷୀ ମାନଙ୍କୁ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜଳ ପରିଚାଳନା ବିଶେଷଜ୍ଞ ଜାନକୀ ମହାପାତ୍ର, ଶସ୍ୟ ବିଶେଷଜ୍ଞ ଚିତ୍ତରଞ୍ଜନ ଶତପଥୀ, ଧର୍ମଗଡ ସହକାରୀ କୃଷି ଅଧିକାରୀ ହେମାନନ୍ଦ ମାଝୀ, ଗ୍ରାମ୍ଯ କୃଷି କର୍ମଚାରୀ ବୃନ୍ଦ ନରେନ୍ଦ୍ର ନାଏକ, ସମୀର କୁମାର ପାତ୍ର, ମଳୟ କୁମାର ସରାଫ୍, କୁମୁଦିନୀ ଠାକୁରଙ୍କ ସହ ଶତାଧିକ ଅଗ୍ରଣୀ ଚାଷି କ୍ଷେତ୍ର ଦିବସ ପାଳନରେ ଉପସ୍ଥିତ ଥିଲେ । ଗୋଷ୍ଠୀ ବୈଷୟିକ ପରିଚାଳକ ଦେବାଶିଷ ଚାନ୍ଦ ମକା ଚାଷ ଓ ବିରିଚାଷ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ।