କମର୍ଦ୍ଧା ଗ୍ରମପଞ୍ଚାୟତ ଗାଁସାଥୀ ପକ୍ଷରୁ ପିଇଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ଼: ସରକାରଙ୍କ ଏକ ଜନପ୍ରିୟ ଯୋଜନା ମନରେଗାର ଦେଖାରେଖା କରୁଥିବା ଗାଁ ସାଥୀ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଗାଁ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ଲାଗିରହିଥିବା ବେଳେ ସରକାର ତଥା ପ୍ରଶାସନ ସେଗୁଡ଼ିର ସମାଧାନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ୟମ କରିନାହାନ୍ତି। ଏହାକୁ ନେଇ ଗାଁ ସାଥୀ ସଂଘ କ୍ଷୋଭ ପ୍ରକାଶ କରିବା ରାଜ୍ୟ ସାରା ଗ୍ରାମ ପଞ୍ଚାୟତ ନିର୍ବାହ ଅଧିକାରୀ (ପିଇଓ) ଙ୍କ ଜରିଆରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରୁଛନ୍ତି। ସେହି କ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତର ଗାଁ ସାଥୀମାନେ ପଞ୍ଚାୟତ ନିର୍ବାହୀ ଅଧିକାରି ଗୈାରାଙ୍ଗ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କମର୍ଦ୍ଧା ପଞ୍ଚାୟତ ଗାଁ ସାଥୀ ସଭାପତି ଭଗବାନ ମାଝୀଙ୍କ ନେତୃତ୍ୱରେ ଶତାଧିକ ଗାଁସାଥୀ ଏବଂ ଜବକାର୍ଡଧାରୀ ପଞ୍ଚାୟତକୁ ଯିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ସେମାନଙ୍କ ଦାବି ଗୁଡ଼ିକ ହେଉଛି ଜବକାର୍ଡଧାରୀମାନଙ୍କୁ ମଜୁରୀ ପ୍ରଦାନରେ ଏସସି, ଏସଟି, ଓବିସି କରି ଯେଉଁ ପାତର ଅନ୍ତର ଚାଲିଛି ତାହାକୁ ତୁରନ୍ତ ବନ୍ଦ କରାଯାଉ। ମଜୁରୀ ସପ୍ତାହ ଶେଷରେ ଠିକ୍ ସମୟରେ ପ୍ରଦାନ କରାଯାଉ। ୨୦୦୮ ମସିହାରୁ ମୁତୟନ ହୋଇ ଏଯାବତ ନ୍ୟାୟ ଆଶାୟୀ ଗାଁସାଥୀ (ମେଟ) ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ୮୦୦୦ ଟଙ୍କାରୁ ଉର୍ଦ୍ଧ୍ବ ପ୍ରଦାନ କରାଯାଉ ଓ ମୂଳ ନାମ ଅନୁସାରେ ପୁନର୍ବାର ଗାଁସାଥୀ ପଦବାଚ୍ୟ କରାଯାଉ। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମାସକୁ ସର୍ବନିମ୍ନ ୧୦ ଦିନର କାର୍ଯ୍ୟ ଯୋଗାଇ ନପାରିଲେ ସେହି ୧୦ ଦିନର ପ୍ରାପ୍ୟକୁ ବେକାରୀ ଭତ୍ତା ରୂପେ ସମସ୍ତ ଗାଁସାଥୀ ମାନଙ୍କୁ ମାସରେ ଥରେ ପ୍ରଦାନ କରାଯାଉ। ମହାମାରୀ କୋଭିଡ ସମୟରେ ଗାଁସାଥୀ ମାନଙ୍କୁ ସର୍ବନିମ୍ନ ୨୦ ହଜାର ଟଙ୍କା କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଉ। ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜବକାର୍ଡଧାରୀ ପରିବାରକୁ ବର୍ଷକୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନର ନିଶ୍ଚିତ କାର୍ଯ୍ୟ ପ୍ରଦାନ ଓ ଦୈନିକ ୨୧୫ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କାରୁ ଉର୍ଦ୍ଧ୍ବ ହାରରେ ମଜୁରୀ ବ୍ୟବସ୍ଥା କରାଯାଉ ଏବଂ ୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଗାଁସାଥୀଙ୍କ ଡାଟାବେସ୍ ସ୍ପଷ୍ଟ କରି ସେମାନଙ୍କୁ ବର୍ତମାନ (ଏନ୍ଏମ୍ଏମ୍ଏସ)ରେ ପଞ୍ଜିକୃତ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ତେବେ ସରକାର ଦାବିଗୁଡ଼ିକ ତୁରନ୍ତ ବିଚାରକୁ ନେଇ ଗାଁସାଥୀ (ମେଟ) ଓ ଜବକାର୍ଡଧାରୀ ମାନଙ୍କୁ ନ୍ୟାୟ ନଦେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ଦେବା ଅବସରରେ ଗ୍ରାମ ପଞ୍ଚାୟତର ଗାଁସାଥୀ ସାମନ୍ତ ମାଝୀ, ଦୁତିଆ ମାଝୀ, ଅଚ୍ୟୁତ ମାଝୀ, ପିତାମ୍ବର ସା, ଉଦ୍ଧବ ମାଝୀ, ଡକୃଷି ନାଏକ, ଅଖୁର ସୁନା, ବନମାଳୀ ମାଝୀ, ଜଗବନ୍ଧୁ ପାତ୍ର, ସୁଧିର ବେରୁକ ଏବଂ ଜବକାର୍ଡଧାରୀ ମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.