‘ଦୁଇଜଣ ପିଅନ ଭରଷାରେ ଚାଲିଛି ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର’

● ପ୍ରାଣୀ ଚିକିତ୍ସାଧିକାରୀ ଠିକ ଭାବରେ ଡ୍ୟୁଟି କରୁ ନଥିବା ଅଭିଯୋଗ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାର ଶେଷ ମୁଣ୍ଡରେ ରହିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦୁଇଜଣ ଡାକ୍ତରଙ୍କ ସମେତ ଦୁଇ ଜଣ ପିଅନ ଓ ଜଣେ ଷ୍ଟକ ମେନ ଏଭଳି ପାଞ୍ଚ ଜଣ ଷ୍ଟାଫ୍ ରହି କାମ କରୁଥିବା ବେଳେ ନିୟମିତ ଭାବରେ ପ୍ରାଣୀ ଚିକିତ୍ସାଧିକାରୀ ଆସୁନଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଆଉ ଅଧିକାରୀଙ୍କ ଅନିୟମିତତା ଯୋଗୁଁ ଏଠି ରହି କାମ କରୁଥିବା ଷ୍ଟାଫ୍ ମାନେ ମଧ୍ୟ ନିଜ କାର୍ଯ୍ୟ ସୂଚାରୁ ରୁପେ ତୁଲାଉ ନଥିବା, ଚାଷୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା, କଥା କଥାରେ ଚିଡ୍ ଚିଡ୍ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀମାନେ। ନର୍ଲା, ସର୍ଗିଗୁଡା, ମାଣ୍ଡେଲ, ରେଖପୁର, ଜୁର୍କାଭଟା, ଗୋରକେଲ ଏଭଳି ୧୦ରୁ ଉର୍ଦ୍ଧ୍ବ ଗାଁର ଚାଷୀ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ଅନିୟମିତତା ମଧ୍ୟରେ ଚାଲିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସାଧିକାରୀ (ଭିଏସ୍) ରଞ୍ଜିତା ଟିଗା ନର୍ଲାରେ ରହୁନଥିବା ବେଳେ ଜିଲ୍ଲା ସଦର ମହକୁମା ଭବାନୀପାଟଣା ୩୦ କି.ମି. ଦୂରରେ ରହି ପ୍ରତିଦିନ ଯିବା ଆସିବା କରୁଥିବା ଜଣାପଡିଛି। ଅନ୍ୟପେକ୍ଷ ପ୍ରାଣୀ ଚିକିତ୍ସା କେନ୍ଦ୍ର ସକାଳୁ ୮ ଘଣ୍ଟା ସମୟରୁ ଖୋଲାଯିବାର ନିୟମ ରହିଥିଲେ ମଧ୍ୟ ନର୍ଲା ଚିକିତ୍ସାଧିକାରୀ (ଭିଏସ୍) କେବେ ମଧ୍ୟ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଜ ଡ୍ୟୁଟି ଠିକ୍ ସମୟରେ ପହଞ୍ଚି ପାରୁ ନଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। କେବଳ ଦୁଇଜଣ ପିଅନଙ୍କ ଭରଷାରେ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ଚାଲୁଛି ବୋଲି ନର୍ଲା ଅଞ୍ଚଳର ଚାଷୀ ମାନେ କଟାକ୍ଷ କରୁଥିବା ଶୁଣିବାକୁ ମିଳୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ତଥା ନର୍ଲା ଆଖପାଖ ଅଞ୍ଚଳର ଚାଷୀ ମାନଙ୍କ ଗୃହ ପାଳିତ ବିଭିନ୍ନ ରୋଗରେ ପୀଡିତ ପ୍ରାଣୀ ମାନଙ୍କୁ ନେଇ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଆସୁଥିବା ବେଳେ ପ୍ରାଣୀ ଚିକିତ୍ସାଧିକାରୀ ଉପସ୍ଥିତ ନଥିବା ଯୋଗୁଁ ନାହିଁ ନଥିବା ହଇରାଣ ହରକତ ହେଉଥିବା ଏବଂ ଅନେକ ସମୟରେ ଆଣିଥିବା ରୋଗୀଣା ପ୍ରାଣୀ ମାନଙ୍କୁ ଧରି ନର୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଘଣ୍ଟା ଘଣ୍ଟା ସମୟ ଧରି ଜଗି ରହିବା ହେତୁ ଚାଷ କାର୍ଯ୍ୟରେ ଅନେକ ବାଧା ଉପୁଜୁଥିବା ପ୍ରକାଶ କରିଛନ୍ତି। ଏହା ଆଜିକାର ସମସ୍ୟା ନୁହଁ। ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବର୍ତ୍ତମାନ ର ଭିଏସ୍ ରଞ୍ଜିତା ଟିଗା ଯୋଗଦାନ କରିବା ଦିନଠୁଁ ଏଭଳି ଅନିୟମିତତା ଚାଲି ଆସୁଥିବାରୁ ଚାଷୀ ମାନେ ଅଭିଯୋଗ କରିବା ସହିତ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ଜଣେ ଅଧିକାରୀ (ଭିଏସ୍)ଙ୍କ ଅବହେଳାକୁ ଦେଖି ଅନ୍ୟ ଷ୍ଟାଫ୍ ମାନେ ମଧ୍ୟ ନିଜ ଡ୍ୟୁଟି ରେ ଅବହେଳା କରୁଥିବା ଜଣାପଡିଛି।

Udyog Nursery
Udyogi Nursery

ଏଭଳି ଅନିୟମିତତା ଓ ନିଜ ଡ୍ୟୁଟିରେ ଅବହେଳା ସମ୍ପର୍କରେ ନର୍ଲା ଭିଏସ୍ ରଞ୍ଜିତା ଟିଗାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ମୁଁ ତ ଅଫିସ ନିୟମିତ ଆସୁଛି। ମୁଁ ଚାଷୀଙ୍କୁ ସେବା ଯୋଗାଉ ନଥିବା ଭଳି କୋଣସୀ ଅଭିଯୋଗ ମୋତେ କୌଣସି ଚାଷୀ ଆଜି ଯାଏ କହି ନାହାନ୍ତି। ଆମ ଅଫିସ ରେ ଡାଟା ଏଣ୍ଟ୍ରି ଷ୍ଟାଫ ନଥିବାରୁ ମୋତେ ସେହି କାମ ସବୁ କରିବାକୁ ପଡୁଛି। ଆମେ ଦୁଇଜଣ ଡାକ୍ତର ରହିଥିବା ବେଳେ ଜଣେ ମୋବାଇଲ ଭେଟେନରୀ ଡ୍ୟୁଟିରେ ରହୁଛନ୍ତି। ଫଳରେ ମୋତେ ସବୁ କାମ କରିବାକୁ ପଡୁଛି। ଏମିତିରେ ତ ମୁଁ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଇନ ଚାର୍ଜ ଡାକ୍ତରଙ୍କ ଦାଇତ୍ୱ ତୁଲାଉଛି। ଏହି କେନ୍ଦ୍ରର ପ୍ରକୃତ ଡାକ୍ତର ନାହାନ୍ତି। ପ୍ରାଣୀ ମାନଙ୍କୁ ଚିକିତ୍ସା ସେବା ଠିକ ଭାବରେ ଯୋଗାଉ ନଥିବା କଥା ଚାଷୀ ମନେ ସିଧା ସଳଖ ମୋତେ କହି ପାରନ୍ତେ। ଆଉ କୌଣସୀ ଚାଷୀଙ୍କ ଅଭିଯୋଗ ମୋ ପାଖକୁ ଆସିନି। ମୁଁ ଆପଣଙ୍କ ଠୁ ପ୍ରଥମ କରି ଏଭଳି ଅଭିଯୋଗ ଶୁଣୁଛି। ଠିକ ଅଛି ଆଗକୁ ଯେମିତି ଏଭଳି ଅଭିଯୋଗ ନହୁଏ ସେଥିପ୍ରତି ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.