ସିନାଙ୍ଗ ଠାରେ ବିହନ ବିଶୋଧନ ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ଗିଗିନା ଗ୍ରାମ ପଞ୍ଚାୟତର ସିନାଙ୍ଗ ଗ୍ରାମଠାରେ ୫୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ଏକତ୍ରୀତ କରି ନର୍ଲା କୃଷି ବିଭାଗ ତରଫରୁ ବିହନ ବିଶୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗିଗିନା ଗ୍ରାମ୍ୟ କୃଷି କିର୍ମଚାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ତାଲିମ ଶିବିରର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଗିଗିନା କୃଷି କର୍ମଚାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ତାଲିମ୍ ଶିବିରରେ ପ୍ରଶିକ୍ଷକ ଭାବରେ ଘଣ୍ଟମାଳ ଏଓ ଉତ୍ସବ ବିହାରୀ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu


ଇନ୍ଦ୍ରମାଳର ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପାଦିକା ସଂଜୁଳଲତା ସାହୁ, ସଭାପତି ଅହଲ୍ୟା ସାହୁ ପ୍ରମୁଖ ଧାନ, ମୁଗ, ବିରି ପ୍ରଭୃତି ଶସ୍ୟ ବିହନ ବୁଣିବା ପୂର୍ବରୁ ବିହନ କୁ କିପରି ବିଶୋଧନ କରାଯିବ ସେ ବିଷୟରେ ଶିବିରରେ ଉପସ୍ଥିତ ୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ବୁଝାଇବା ସହ ୫ କିଲୋ ଧାନ ବିହନକୁ ମାଟି ହାଣ୍ଡିରେ ଭରି କାର୍ବେଣ୍ଡାଜିମ କିଲେ ଧାନକୁ ୨ ଗ୍ରାମ ହିସାବରେ ଔଷଧ ପ୍ରୟୋଗ କରି ବିଶୋଧନ କରିବାର ପ୍ରଣାଳୀ ଓ ପ୍ରକ୍ରୀୟା କରି ଦେଖାଇ ଥିଲେ । ଗତବର୍ଷ ୨୦୨୦ ମସିହାରୁ ନର୍ଲା ବ୍ଲକ୍ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଇନ୍ଦ୍ରମାଳର ମା ସମଲେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ଏହି ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ୍ କୃଷି ଅଧିକାରୀ ରଜତ ମିଶ୍ର ଯୋଗଦାନ କରି ବିହନ ବିଶୋଧନର ଗୁରୁତ୍ୱ ପ୍ରତିପାଦନ କରିଥିଲେ । ଏଓ ଉତ୍ସବ ବିହାରୀ ଅନ୍ୟାନ୍ୟ ଚାଷ ସମ୍ବନ୍ଧରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ଚାଷ ରେ ଉତ୍ତମ ମାନର ବିହନ ନିରୁପଣ, କ୍ଷେତ୍ର ପ୍ରସ୍ତୁତି, ପ୍ରଯୁଜ୍ୟ ରହିଥିବା ସାର, କୀଟନାଶକ ଔଷଧ ସିଞ୍ଚନର ପ୍ରକ୍ରୀୟା ଓ ଆବଶ୍ୟକୀୟ ପାଣି ମଡାଇବା ଭଳି ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଗିଗିନା କୃଷକ ସାଥି ଧନେଶ୍ୱର ମାହାର ଓ ସୁରେନ୍ଦ୍ର ମାହାର ଉପସ୍ଥିତ ରହି ଚାଷୀଙ୍କୁ ଲିଫ୍ଲେଟ, ମାସ୍କ ଓ ଔଷଧ ବଣ୍ଟନ କରିଥିଲେ । ସେହିଭଳି ଟକାର୍ଲ। ଗ୍ରାମ ପଞ୍ଚାୟତ ର ରାଇଧୁନି ପଦର ରେ ମଧ୍ୟ ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଗିଗିନା ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.