ମାଁ ମାଣିକେଶ୍ବରୀ ମନ୍ଦିର ନିର୍ମାଣ ପାଇଁ ୨କୋଟି ଅନୁଦାନ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଅଞ୍ଚଳବାସୀ

ଥୁଆମୁଳ ରାମପୁର, (ଦୁର୍ଗା କୀର୍ତି): କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଆଦିଶକ୍ତୀ ପୀଠର ନୂତନ ମନ୍ଦିର ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ମନ୍ଦିର ନିର୍ମାଣ ନେଇ ସମସ୍ତେ ଉତ୍ସାହିତ ହୋଇଛନ୍ତି। ଥୁଆମୁଳ ରାମପୁର ମାଁ ମାଣିକେଶ୍ବରୀ କମ୍ୟୁନିଟି ଗୃହରେ ମାଣିକେଶ୍ବରୀ ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ସମେତ ଅଞ୍ଚଳର ଅନେକ ଭକ୍ତ ମିଳିତ ହୋଇ ରାଜ୍ୟ ସରକାରଙ୍କ ଏହି ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଶଂସା କରିଥିଲେ।

ଏଥି ସହିତ ଜିଲ୍ଲାର ମାଁଙ୍କ ଭକ୍ତ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ଗୁଗଲ୍ ମିଟ୍ ଅନୁଷ୍ଠିତ ହୋଇଥିଲା।ମନ୍ଦିର ନିର୍ମାଣ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଯେଉଁଥିରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରାଯାଇଥିଲା।ତୁରନ୍ତ ମନ୍ଦିର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.