ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ବିୟୋଗରେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ଶୋକସଭା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପ୍ରମେୟ ନ୍ୟୁଜ୍-୭ ପ୍ରତିନିଧି ମହମ୍ମଦ ଅସଲମଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ବିଶ୍ଵନାଥପୁର ବ୍ଲକ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଏସୋସିଏସନର ସଭାପତି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ସମ୍ୟକ ସୂଚନା ପ୍ରଦାନ କରିବା ସହ ସ୍ମୃତି ଉଚ୍ଚାରଣ କରିଥିଲେ। ମହମ୍ମଦ ଅସଲମ ଜଣେ ନିର୍ଭୀକ, ଦୁଃସାହସିକ ତଥା ନିର୍ବିବାଦୀୟ ସାମ୍ବାଦିକ ରହିବା ସହ ବିଭିନ୍ନ ସମୟରେ ସମ୍ବାଦ ସଂଗ୍ରହ କରି ଜିଲ୍ଲା ଭିତରେ ଚହଳ ପକାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଥିଲେ। ଚାଷୀ, ଅନ୍ୟାୟ ତଥା ମାଓବାଦୀ ସମ୍ପର୍କିତ ତଥ୍ୟ ସମୂହ ଜନମାନସରେ ପରିବେଷଣ କରାଇ ନିଜର ଏକ ଦୁଃସାହାସିକତା ପ୍ରତିପାଦନ କରାଇ ପାରୁଥିଲେ। ଏହି ଶୋକସଭାରେ ଉପଦେଷ୍ଟା ସନ୍ତୋଷ କୁମାର ତୁଲ, ହୃଷିକେଶ ମାଝୀ, ତୁଳସୀ ରାମ ପ୍ରଧାନୀ, ଦେବାନନ୍ଦ ମାଝୀ, ମଳୟ ବେନୁଆଁ, ମନୋଜ ଦୋରା, ଅଜିତ୍ ମାଝୀ, ଲତାରାଣୀ ଚୈାଧୁରୀ, ନିର୍ମାଳ ହରିଜନ, ରାଜେଶ ସାହୁଙ୍କ ସମେତ ତାଙ୍କର ସ୍ମୃତି ଉଚ୍ଚାରଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.