ସଞ୍ଜିବ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କିଙ୍ଗଫିସର୍ ଷ୍ଟ୍ରଙ୍ଗ ଇଲେଭେନ୍ ଚାମ୍ପିୟାନ୍

ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଖଣ୍ତୁଆଳ ବାବା ଖେଳ ପଡିଆ ଠାରେ ସଞ୍ଜିବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ ହୋଇଯାଇଛି । ୧୧ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu


କିଙ୍ଗଫିସର୍ ଷ୍ଟ୍ରଙ୍ଗ ଥୁଆମୂଳ ରାମପୁର ଓ ଆଇଆରବି ଦଳ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ କିଙ୍ଗଫିସର ଷ୍ଟ୍ରଙ୍ଗ ଇଲେଭେନ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ପ୍ରଥମେ ଟସ ଜିତି ବ୍ଯାଟିଂ କରି ଆଇଆରବି ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ ଓ୍ବିକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଥିଲାସ । ୯୪ ରନର ଲକ୍ଷ୍ୟ ନେଇ କିଙ୍ଗଫିସର ଷ୍ଟ୍ରଙ୍ଗ ଦଳ ପଡିଆକୁ ଓହ୍ଲାଇ ବିଜୟ ହାସଲ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଉଦଜାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ଉପସଭାପତି ଧନୁ ଗହିର, ସମ୍ମାନିତ ଅତିଥି ଭାବେ ବାବାଅଲି ଖାଁ, ପୂର୍ବତନ ବ୍ଲକ ଅଧ୍ଯକ୍ଷା ଦ୍ରୌପଦୀ ମାଝୀ, ରାଧେକୃଷ୍ଣ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ଶେଷ ମ୍ଯାଚର ଶ୍ରେଷ୍ଠ ଖେଳାଳି ଭାବରେ ଛୋଟୁ ବାବୁଙ୍କୁ ପୁରଷ୍କାର ସ୍ଵରୂପ ଏକ ମୋବାଇଲ ଫୋନ ପ୍ରଦାନ କରାଯାଇଥିଲା। ଚାମ୍ପିୟାନ ଦଳକୁ ମୂଖ୍ୟ ଅତିଥି ଶ୍ରୀ ଗହୀର ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅପ୍ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ।


ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳି ଭାବରେ ତେଜା ବିବେଚିତ ହୋଇଥିବାରୁ ତାଙ୍କୁ ମଧ୍ୟ ଏକ ମୋବାଇଲ ଫୋନ ଓ ଟ୍ରଫି ଦିଆଯାଇଛି । ଥୁଆମୂଳ ରାମପୁର ରାଜୁ ଦୁଇଗୋଟି ମୋବାଇଲ ଫୋନ୍ ସ୍ପନସର କରିଥିଲେ । ରକି ନାଏକ ଓ ପୁରୁଷୋତ୍ତମ ବାଗ ଅମ୍ପିୟାର ଭାବେ ଫାଇନାଲ ମ୍ଯାଚକୁ ପରିଚାଳନା କରିଥିଲେ । ଟଙ୍କଧର ନାଏକ ସ୍କୋରର ଥିବାବେଳେ କେଶବ ନାଏକ ଧାରାବିବରଣୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.