ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବାନେର ଚମ୍ପିୟାନ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ଗ୍ରାମପଞ୍ଚାୟତ କୁସୁମଖୁଣ୍ଟି ମିନି ଷ୍ଟାଡିୟମ ଠାରେ ଚାଲିଥିବା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଛି । ବାନେର ବିନ୍ଦାସ ଏକାଦଶ ଓ ମତୁଆଲଗୁଡା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାନେର ବିନ୍ଦାସ ଏକାଦଶ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇ ୧୨ ଓଭରରେ ୬ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲା । ଜବାବରେ ମତୁଆଲଗୁଡା ଦଳ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୯୮ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେଡି ଏସଟି ସେଲ ସଭାପତି ତଥା ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

ସମ୍ମାନୀତ ଅତିଥି ଭାବେ ଲଷ୍ମୀ ହାର୍ଡୱେର ମାଲିକ ନିହାର ରଞ୍ଜନ ମୁଣ୍ଡ, ପୂର୍ବତନ କ୍ରିକେଟର ଯଦୁମଣି ବାଣୁଆ, ସମାଜସେବୀ ଘେନୁ ବେହେରା, ପରମେଶ୍ୱର କର, ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ରିକି ପାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ଧିରେନ ବିବେଚିତ ହେଇଥିଲେ । ଫାଇନାଲ ଖେଳକୁ ଅମ୍ପାୟାର କ୍ଷୀରସିନ୍ଧୁ ସୁନାନୀ ଓ ଶକ୍ତି କର ପରିଚାଳନା କରିଥିଲେ ।

ସ୍କୋର ବୋର୍ଡ ଦାୟିତ୍ୱରେ ମହେନ୍ଦ୍ର ମଙ୍ଗରାଜ ରହିଥିବା ବେଳେ ରାଜକୁମାର ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ନୀଳକଣ୍ଠେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଭାପତି ଅଶ୍ୱିନ କର, ସମ୍ପାଦକ କପିଳେଶ ପୁଝାରୀ, କୋଷାଧ୍ୟକ୍ଷ ତୋଫାନ କର, ଭାଗ୍ୟବାନ ପୁଝାରୀ, ବଳରାମ ଦୁର୍ଗା, ହର କର, ଅଜୁ ନାଏକ ନିକୁଞ୍ଜ ପ୍ରଧାନୀ, ବିଜୟ ତାଣ୍ଡି ପ୍ରମୁଖ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.