ଏବେ ଜୋର ଧରିଛି ଛତ୍ରପୁର ସରପଞ୍ଚ ପ୍ରାର୍ଥୀନୀ ସଙ୍ଗୀତା ମାଝୀଙ୍କ ନିର୍ବାଚନୀ ପ୍ରଚାର

ଓଡ଼ିଆ ବାର୍ତ୍ତା/ଲାଞ୍ଜିଗଡ଼: ପଞ୍ଚାୟତ ନିର୍ବାଚନକୁ ନେଇ ଗ୍ରାମ୍ୟ ପରିବେଶ ସରଗରମ ରହିଛି । ଗାଁ କୁ ଗାଁ ଘରକୁ ଘର ଯାଇ ପ୍ରଚାରରେ ବ୍ୟସ୍ତ ଅଛନ୍ତି ପ୍ରାର୍ଥୀ ଓ ସମର୍ଥକ । ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ବିଭିନ୍ନ କୈାଶଳ ପ୍ରୟୋଗ । କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ ଲାଞ୍ଜିଗଡରେ ମଧ୍ୟ ଜୋରରେ ବହୁଛି ନିର୍ବାଚନୀ ପବନ । ତେବେ ଏହାରି ଭିତରେ ବାରି ହୋଇ ପଡୁଛନ୍ତି ଛତ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଲଢେଇ କରୁଥିବା ସୁଶ୍ରୀ ସଙ୍ଗୀତା ମାଝୀ । ପ୍ରଥମ ଥର ନିର୍ବାଚନକୁ ଓହ୍ଲାଇଥିବା ଏହି ଯୁବ ନେତୃତ୍ବଙ୍କ ପ୍ରତି ପଞ୍ଚାୟତର ଜନସାଧାରଣ ଆସ୍ଥା ପ୍ରକଟ କରୁଥିବା ଦେଖାଯାଇଛି । ସେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ପଞ୍ଚାୟତର ପ୍ରଭୂତ ଉନ୍ନତି ହୋଇପାରିବ ବୋଲି ଅନେକ ମତଦାତା ମତ ପ୍ରକାଶ କରିଛନ୍ତି ।ନିଜ ସମର୍ଥକଙ୍କ ସହ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ସରପଞ୍ଚ ପ୍ରାଥିନୀ ସୁଶ୍ରୀ ସଙ୍ଗୀତା ମାଝୀ । ପଞ୍ଚାୟତବାସୀ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି । ସଙ୍ଗୀତା ମାଝୀଙ୍କ ନିର୍ବାଚନୀ ଚିହ୍ନ ‘ଖୋଲା ବହି’ ରହିଛି । ତେଣୁ ଖୋଳା ବହି ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବାକୁ ସେ ଛତ୍ରପୁର ପଞ୍ଚାୟତର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବେ ଛତ୍ରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁକୁ ଗସ୍ତ କରି ଘରକୁ ଘର ଯାଇ ମତଦାତାଙ୍କୁ ଭେଟୁଥିବା ବେଳେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ତାଙ୍କର ଲକ୍ଷ୍ୟ ରହିଛି ବୋଲି ପ୍ରକାଶ କରିଛନ୍ତି ସଙ୍ଗୀତା ମାଝୀ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.