ଖଟଖଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବସ୍ତାନି ଶୂନ୍ୟ ଦିବସ 

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ବସ୍ତାନି ଶୂନ୍ୟ ଅବସରରେ ଶିକ୍ଷକ ରଂଜୁ ଅମାତଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ଶତପଥିଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ପ୍ରାଣାୟାମ, ଯୋଗ, ଗୀତ, ନାଚ, କୁଇଜ କରିଥିଲେ ଏହାପରେ ମାଟିରେ ସୁନ୍ଦର, ସୁନ୍ଦର ମୂର୍ତ୍ତି, ତାଳ ପତ୍ରରେ ଚଟେଇ, ଝୁଲଣ, ଚଷମା, ଘଣ୍ଟା, ଭୁଗୁଲି, ଟୁପୁଲି ଇତ୍ୟାଦି ଅନେକ ତିଆରି କରିବା ସହ ବିଭିନ୍ନ ଚିତ୍ର ଅଙ୍କନ କରିଥିଲେ। ବେଗ ଶୂନ୍ୟ ଦିବସ ପାଇଁ ପିଲା ମାନେ ଗୋଟିଏ ଦିନ ବୋଝ ଶୂନ୍ୟ ହୋଇଥିବା ଯୋଗୁଁ ବେସ ଖୁସି ଅନୁଭବ କରିଥିଲେ।ପରବର୍ତ୍ତୀ ସମୟରେ ବରିଷ୍ଠ ଶିକ୍ଷକ ସମୀର ପ୍ରଧାନଙ୍କ ତତ୍ୱାବଧାନରେ ବିଶିଷ୍ଠ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଶୋକ ସଭା କରାଯାଇ ତାଙ୍କର ଅତି ପ୍ରଶଂଶିତ ଗୀତ ମାଝିରେ.. ମାଝୀ ଗୀତ ଛାତ୍ରଛାତ୍ରୀଙ୍କୁ ଶୁଣାଇଥିଲେ। ଏଭଳି ଜଣେ ପ୍ରତିଭାଙ୍କ ନିଧନରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଅରୁଣ ବସ୍ତିଆ, ସଦସ୍ୟ ସୁବାଷ ତ୍ରିପାଠୀ, ଶିକ୍ଷକ ସୁରେନ୍ଦ୍ର କମ୍ପ, ବନୀତା ମେହେର, ଦିପ୍ତିମୟୀ ବୈଠାରୁ, ନୃପମଣି ମହାଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଶେଷରେ ବିଦ୍ୟାଳୟର ଉପମୁଖ୍ୟମନ୍ତ୍ରୀ ଶୁଭଲକ୍ଷ୍ମୀ ବଣ୍ଡକି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.