“ଭାଷା ହେଉଛି ଜାତିର ପ୍ରାଣ ସ୍ପନ୍ଦନ”

ମାଟିର ସ୍ବର ପକ୍ଷରୁ ଆଭାସୀ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: “ସାହିତ୍ୟ ଏକ ବିପ୍ଳବ, ବାଣିଜ୍ୟ ନୁହେଁ ” ଏ ମର୍ମରେ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ଆଭାସୀ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଯୁବ ଲେଖକ ସମ୍ମେଳନ ସଭାପତି ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡ଼ା, ଭୀମଭୋଇ ଗବେଷଣା କେନ୍ଦ୍ର ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡା ଏବଂ ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତରାୟ ଏହି ଆଲୋଚନାରେ ବକ୍ତା ଭାବେ ଯୋଗଦେଇ ମାଟିର ସ୍ବର ସଂଗଠନର ଏ ଉଦ୍ୟମକୁ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ କବି ଲେଖକ ମାନଙ୍କୁ ସାଧାରଣ ଜନ ଜୀବନ ଆଧାରିତ ସାହିତ୍ୟ ସୃଷ୍ଟି କରିବା ସହିତ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ଏହାକୁ ଶକ୍ତିଶାଳୀ କରିବା ପାଇଁ ଆହ୍ବାନ ଦେଇଥିଲେ । ଆଲୋଚକ ଶ୍ରୀଯୁକ୍ତ ପରିଡ଼ା କହିଥିଲେ – ସହ ଜାଗତିକ ସ୍ବର ହେଉଛି ମାଟିର ସ୍ବର । ଭାଷା ହେଉଛି ଜାତିର ପ୍ରାଣ ସ୍ପନ୍ଦନ ।
“ସାହିତ୍ୟ- ପ୍ରେମ, ବିପ୍ଳବ ଓ ସତ୍ଯାଗ୍ରହର ମହାସଂଗ୍ରାମ” । ସାହିତ୍ୟ ସୁଦୁର ପ୍ରସାରୀ ଅନ୍ତର୍ଦୃଷ୍ଟି ଓ ବୌଦ୍ଧିକ ପ୍ରତି ବେଦନର ପ୍ରତିବିମ୍ବ । ଅନ୍ୟତମ ବକ୍ତା ଶ୍ରୀଯୁକ୍ତ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଥିଲେ – ସାହିତ୍ୟ ହେଉଛି ସତ୍ୟ ଶିବ ସୁନ୍ଦର । ଭାଷାର ସୁରକ୍ଷା ପାଇଁ ସାହିତ୍ୟ ଏକ ଆନ୍ଦୋଳନ । ପ୍ରିୟଦର୍ଶିନୀ ମିଶ୍ର, ସସ୍ମିତା ଦାଶ, ଅଞ୍ଜଳୀପ୍ରଭା ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଅନନ୍ୟା ଦାଶ, ନଟବର ପ୍ରଧାନ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା, ଅମୂଲ୍ୟ କୁମାର ନାୟକ, ସୁରେଶ କୁମାର ସାହୁ, ପ୍ରଫୁଲ ମାଝୀ, ରୋହିତ ଜେନା, ଶ୍ରୀମାନ୍ ଜିତେନ୍ଦ୍ର, ପ୍ରେମସାଗର ଦେହେରିଆ, ବନ୍ଦନା ପାତ୍ର, ସାନ୍ତ୍ବନୁ ବିଶୋଇ ଏବଂ ମୂରଲୀଧର ମହାରଣା ଇତ୍ୟାଦି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଭାତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମ ସଂଚାଳନା କରିଥିବାବେଳେ ଲେଖିକା ସସ୍ମିତା ଦାଶ ଧନ୍ୟବଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.