ନର୍ଲା ରାଜରାସ୍ତାରେ ନର୍ଦ୍ଦମା ପାଣି

PWD ବିଭାଗ ରାସ୍ତା ପ୍ରଶସ୍ଥିକରଣ କଲେ ଡ୍ରେନ ନିର୍ମିତ ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜ ରାସ୍ତା କଡରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦୀର୍ଘ ଦିନ ହେଲାଣି ନର୍ଦ୍ଦମା ପାଣି ଅନବରତ ବହି ଆସି ରାଜ ରାସ୍ତା ଉପରେ ଜମା ହୋଇ ରହୁଛି । ନର୍ଦ୍ଦମାର ମଇଳା ଆବର୍ଜନା ଯୁକ୍ତ ଗନ୍ଧିଆ ପାଣି ବ୍ୟାଙ୍କ ସମ୍ମୁଖରେ ଜମା ହୋଇ ରହୁଥିବାରୁ ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ନର୍ଦ୍ଦମାର ମଇଳା ପାଣି ଯୋଗୁଁ ମଶା ମାଛିଙ୍କ ପ୍ରକୋପ ମଧ୍ୟ ଲାଗି ରହୁଛି । ଅନ୍ୟପକ୍ଷେ ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସକାଳ ୧୦ ଠାରୁ ସଂଧ୍ୟା ୫ ଟା ଯାଏଁ ପ୍ରବଳ ଜନ ଗହଳି ଲାଗି ରହୁଛି । ଫଳରେ ବ୍ୟାଙ୍କକୁ ଆସୁଥିବା ଉପଭୋକ୍ତା ମାନେ ନର୍ଦ୍ଦମା ପାଣିର ଗନ୍ଧ ଓ ମଶା ଯୋଗୁଁ ଅତିଷ୍ଠ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ଭାରତୀ ଷ୍ଟେଟ ବ୍ୟାଙ୍କ ଶାଖାର ଉପର ମୁଣ୍ଡ ମାଝୀ ପଡାରୁ ବ୍ୟାଙ୍କ ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଯାଏଁ କେବଳ ସିମେଣ୍ଟ ଡ୍ରେନ ନିର୍ମିତ ହୋଇଥିବା ବେଳେ ସେଇଠୁ ବ୍ୟାଙ୍କ ସମ୍ମୁଖ ଦେଇ ୫୦ ମିଟର ଯାଏଁ ରାସ୍ତା କଡରେ ସେମିତି ଭାବରେ ଡ୍ରେନ ପାଣି ଜମି ରହୁଛି । ଡ୍ରେନ ପାଣି ଶେଷରେ ମୁଖ୍ୟ ରାଜରାସ୍ତା ଉପରେଜମା ହୋଇ ରହିବା ସହ ସମ୍ମୁଖସ୍ଥ ଦୋକାନ ବଜାର ପଟେ ମାଡି ଯାଉଥିବାରୁ ଲୋକେ ଏବଂ ଯାନ ବାହନ ଚାଳକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ସୁନ୍ଦର ପିଚୁ ରାସ୍ତା ଉପରେ ଅନବରତ ଡ୍ରେନ ପାଣି ବୋହୁଥିବାରୁ ରାସ୍ତାଟି ମଧ୍ୟ ଖରାପ ହେବାକୁ ବସିଲାଣି । ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସୁଥିବା ଉପଭୋକ୍ତା, ଜନସାଧାରଣ ଏବଂ ବ୍ୟାଙ୍କ କର୍ମଚାରୀ ମଇଳା ଦୁର୍ଗନ୍ଧ ଯୁକ୍ତ ଡ୍ରେନ ପାଣି ଯୋଗୁଁ ଅତିଷ୍ଠ ହୋଇ ପଡୁଥିବା ଜଣାପଡିଛି । ରାସ୍ତା କଡରେ ଡ୍ରେନ ନିର୍ମାଣ ପ୍ରସଙ୍ଗ ନେଇ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆଙ୍କ ମତାମତ ନେବାରୁ ସେ କହିଲେ ଯେ, ଖୁବ ଶୀଘ୍ର ପଡବ୍ଲୁଡି ବିଭାଗ ରାସ୍ତା ପ୍ରସସ୍ଥି କରଣ କରିବ । ଏବଂ ସେତେବେଳେ ଡ୍ରେନ ନିର୍ମାଣ ହେବାର ଯୋଜନା ରହିଥିବାରୁ ଗ୍ରାମ ପଞ୍ଚାୟତ ଆଉ ଡ୍ରେନ ନିର୍ମାଣ କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ଚାହୁଁ ନାହିଁ । ଯଦି ଗ୍ରାମ ପଞ୍ଚାୟତ ତରଫରୁ ଏବେ ଡ୍ରେନ ନିର୍ମାଣ କରାଯାଏ ତା’ ହେଲେ ମଧ୍ୟ ପୁର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥିକରଣ ସମୟରେ ଡ୍ରେନକୁ ଭାଙ୍ଗି ରାସ୍ତା ପ୍ରଶସ୍ଥିକରଣ କରିବ । ଏଣୁ ଗ୍ରାମ ପଞ୍ଚାୟତ ତରଫରୁ ଏବେ ଡ୍ରେନ ନିର୍ମାଣର ଆଉ ଯଥାର୍ଥତା ନାହିଁ । ଖୁବ୍ ଶୀଘ୍ର ପୁର୍ତ୍ତ ବିଭାଗ ତରଫରୁ ରାସ୍ତା ପ୍ରଶସ୍ଥି କରଣ ହେବ ଓ ସେତେବେଳେ ଡ୍ରେନ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.