ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓମପ୍ରକାଶ ଅଗ୍ରଓ୍ୱାଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏହି କଲେଜର ପ୍ରତିଷ୍ଠାତା ସ୍ବର୍ଗତ ଓମପ୍ରକାଶ ଅଗ୍ରଓ୍ୱାଲଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅଗ୍ନିଶିଖା ଜୀ ମହାରାଜ ବେଦ ମନ୍ତ୍ର ଉଚ୍ଚାରଣ କରି ପ୍ରତିମା ସ୍ଥାପନ କରିଥିଲେ । ଏହି ଅବସରରେ ତାଙ୍କ ତିନି ପୁଅ ରୋଶନ ଅଗ୍ରଓ୍ୱାଲ, କୈଳାସ ଅଗ୍ରଓ୍ୱାଲ ଓ ସୁନିଲ ଅଗ୍ରଓ୍ୱାଲ ତଥା ସପରିବାର ନିଜ ବାସଭବନରୁ ଏକ ଶୋଭାଯାତ୍ରାରେ ବାହାରି ମହାବିଦ୍ୟାଳୟରେ ପହଞ୍ଚିଥିଲେ । ମହାବିଦ୍ୟାଳୟରେ ପହଞ୍ଚିବା ପରେ ଅଞ୍ଚଳର ଜନ ସାଧାରଣ ଭବ୍ୟ ସ୍ବାଗତ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ତଥା ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଭଦ୍ର ମଣ୍ଡଳୀ ତଥା ଯୁବ ବର୍ଗ ଯୋଗଦେଇଥିଲେ । ପରିବାର ତରଫରୁ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ୧୯୪୧ ମସିହା ଆଜିର ଦିନରେ (୧୪/୦୪/୧୯୪୧) ଜନ୍ମଗ୍ରହଣ କରିଥିବା ଓମପ୍ରକାଶ ଅଗ୍ରଓ୍ୱାଲ ଦଣ୍ଡପାଟ ଅଞ୍ଚଳରେ ଶିକ୍ଷାର ନବଜାଗରଣ ଆଣିବା ପାଇଁ ବେହେରା ଠାରେ ୧୯୯୯ ମସିହାରେ ନିଜ ପିତା ଲଖିରାମ ଅଗ୍ରଓ୍ୱାଲଙ୍କ ନାମରେ ଏକ କଲେଜ ସ୍ଥାପନ କରିଥିଲେ ‌। ଲଖିରାମ ଅଗ୍ରଓ୍ୱାଲ ମହାବିଦ୍ୟାଳୟ ନାମରେ ନାମିତ ଏହି କଲେଜ ବର୍ତ୍ତମାନ ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ପରିବର୍ତ୍ତିତ ହୋଇଛି । ଏହି କଲେଜ ଶିକ୍ଷା ପାଇଁ ସାରା କଳାହାଣ୍ଡିରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହି ମହାନ ବ୍ୟକ୍ତି ୨୦୨୦ ମସିହା ଡିସେମ୍ବର ୨୩ ତାରିଖ ଦିନ ଇହଲିଳା ସମ୍ବରଣ କରିଥିଲେ । ତାଙ୍କ ସ୍ମୃତିକୁ ଚିର ଉଦଜିବିତ ରଖିବା ପାଇଁ ତାଙ୍କ ଦାୟାଦ ମାନଙ୍କ ଦ୍ବାରା ଓମପ୍ରକାଶ ଅଗ୍ରଓ୍ୱାଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.