କବିତା: କିଆଁ ଆସ ପ୍ରିୟା

✍🏾ପବିତ୍ର ବେହେରା

ଶରତ ସକାଳେ କିଆଁ ଆସ ପ୍ରିୟା
ନିର୍ମଳ ଆକାଶର ଭାସମାନ ମେଘ ସାଜି,
ଚାହିଁ ଦେଲା କ୍ଷଣି ଉଭେଇ ଯାଅ ଗୋ
ଗିରି ବନଲତାର ବକ୍ଷରେ ଯାଇ ।

ମନରୁ ଏ ଯାଏଁ ଲିଭିନି ସେହି
ଶ୍ରାବଣ ରାତିର ପ୍ରୀତିର ବର୍ଷା
କେଉଁ ଜଳଦରେ ଖୋଜିବି ତୁମକୁ
ସବୁ ମେଘକୁ ତ ସାଗର ସାହା ।

ବାହାରେ ଝରୁଛି ଶ୍ରାବଣର ଶେଷ ବର୍ଷା
ମୋ ଛାତିରେ ବଢୁଛି ପ୍ରୀତିର ନିଆଁ
ଆକାଶରେ ସିନା ବିଜୁଳି ହସୁଛି
ମୋ ହୃଦେ କମ୍ପୁଛି ତୁମରି ଛୁଆଁ ।

ଭାରି ମନଲୋଭା ଦିଶ ତୁମେ ପ୍ରିୟା
ଶ୍ରାବଣ ତୁମକୁ ଦେଲେ ଭିଜେଇ,
ଆଖି ସାଥେ ଆଖି ଯଦି କେବେ ମିଶିଯାଏ
ନିଜେ ଲାଜେ ମୁଁ ଯାଏ ଲାଜେଇ।

ଜହ୍ନ ଯେବେ ଉଇଁ ଆସୁଥିଲା
ଆକାଶକୁ ରଙ୍ଗାୟତ କରି,
ପ୍ରୀତି ରୂପକ ଖଜୁରି ଗଛର ଫାଙ୍କରୁ
ଖଣ୍ଡ ଖଣ୍ଡ ଜୋଛନା ପଡୁଥିଲା ଝରି ।

ନିରବତା ଭାଙ୍ଗି ଶରତ ରାତିରେ
ନିରତ ବହୁଛି ପବନର ବେଗ
ସେ ପବନ ସାଥେ ତୁମେ ସତେ ପ୍ରିୟା
ମୋ ହୃଦେ ମନ୍ଦିରେ ଗଢୁଛ ନୂତନ ଉଦବେଗ ।।

ବାହାଲପୁର, ଗଞ୍ଜାମ
ଦୂରଭାଷ:୭୭୮୮୮୮୬୬୦୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.