ଓସିଇଏମ୍ ଓ ଏକେଏନ୍ ନ୍ୟୁଜ୍‌ର ପ୍ରଥମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡ଼ିଶା କମ୍ପ୍ୟୁଟର୍ ଏଜୁକେଶନ୍ ମିଶନ୍ (ଓସିଇଏମ୍‌) ଓ ଏକେଏନ୍ ନ୍ୟୁଜ୍‌ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କୃଷି ମହାବିଦ୍ୟାଳୟ କନ୍‌ଫରେନ୍ସ ହଲ୍ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ଚିନ୍ତାମଣି ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଉପ କୁଳସଚିବ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ଟାଲି ଶିକ୍ଷା ମୁଖ୍ୟ ରିତେଶ ଖେତାନ୍‌, ଏକେଏନ୍ ନ୍ୟୁଜ୍ ଉପଦେଷ୍ଟା ସ୍ୱାଧୀନ ପାତ୍ର, ବରିଷ୍ଠ ସାମ୍ବାଦିକ ଲଳିତ କାନୁନ୍‌ଗୋ, ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ବିବେକ ସେନା ପ୍ରତିଷ୍ଠାତା ଶିବରାମ ନାୟକ ପ୍ରମୁଖ ମଂଚାସୀନ ଥିଲେ । ସଭାପତିତ୍ୱ କରିଥିଲେ ଓସିଇଏମ୍ ଅଧ୍ୟକ୍ଷ ଅମିୟ ସାହୁ । ସଭା ସଂଚାଳନ କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା । ପ୍ରାରମ୍ଭରେ ବାଳଗୋପାଳ ସେବା ନିକେତନର ଶିକ୍ଷାର୍ଥୀମାନେ ଶାନ୍ତିପାଠ କରିଥିଲେ । ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଜଗନ୍ନାଥ ତ୍ରିପାଠୀ ଓ ସାଥୀ । ସଭା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ଯୁବଲେଖକ ସୁଶୀଲ କୁମାର ବାଗ । ଏହି ଅବସରେରେ ପୋର୍ଟାଲ୍‌ର ସକ୍ରିୟ ସାମ୍ବାଦିକ, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଓସିଇଏମ୍ ଶାଖାର ପରିଚାଳକ ତଥା ବିଭିନ୍ନ କ୍ଷେତ୍ରର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.