ସିନାପାଲିରେ ଗୋଷ୍ଠୀ ସ୍ତରୀୟ ଟାସ୍କଫୋର୍ସ ବୈଠକ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଭା ଗୃହ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଏଡଆଟ ଆକ୍ସନ ମିଳିତ ଆନୁକୁଲ୍ୟରେ ବାଲ୍ୟ ବିବାହ ଓ କିଶୋରୀଙ୍କ ସଶକ୍ତିକରଣ କରିବା ନିମନ୍ତେ ଗୋଷ୍ଠୀ ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲ୍ୟ ବିବାହ ଆଇନ ଓ ଏହାର କୁପରିଣାମ ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଲୋଚନା କରଯାଇଥିଲା। ସିନାପାଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ସମ୍ମାନୀତ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆସ୍ତେରିଆ କେରକେଟା, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା, ସିନାପାଲି ବିଡିଓ ସଦାଶିବ ନାଏକ, ସିନାପାଲି ତହସିଲଦାର ଲୋକନାଥ ଶବର, ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପାଞ୍ଜଳି ଗୁଆଲ, ଏଡଆଟ ଆକ୍ସନର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ, ଚାଇଲ୍ଡ ଲାଇନ ର ଜିଲ୍ଲା ସଂଯୋଜକ ମୁକେଶ କୁମାର ଯୋଶୀ ସମେତ ସିନାପାଲି ବ୍ଲକ ର ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ସମେତ ଅନେକ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଟାସ୍କ ଫୋର୍ସ ଗଠନ କରି ସିନାପାଲି ବ୍ଲକ କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଏହା ଉପରେ ଏହାର କାର୍ଯ୍ୟକାରିତା, ଆଇନ, କୁପରିଣାମ ଉପରେ ସବିଶେଷ ବୁଝାଇଥିଲେ। ଜିଲ୍ଲା ଚାଇଲ୍ଡ ଲାଇନ ସଂଯୋଜକ ମୁକେଶ କୁମାର ଯୋଶୀ ପଞ୍ଚାୟତ ସ୍ତରରେ ଟାସ୍କ ଫୋର୍ସ କମିଟିର ଗଠନ, ନିୟମାବଳି ଓ ୧୦୯୮ ଟୋଲ୍ ଫ୍ରି ନମ୍ବର ଉପରେ ବୁଝାଇବା ସହ ସଚେତନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.