ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଜୀବନ ଜ୍ୟୋତି କଳା ପରିଷଦର ସଭାପତି ରଜନୀ କାନ୍ତ ଦିଗାଳଙ୍କ ଅଧ୍ୟକ୍ଷତାରେ ଏବଂ ବାଲିଗୁଡା ଉପଖଣ୍ଡ କଳାକାର ସଂଘର ନିମନ୍ତ୍ରିତ ଅତିଥିଙ୍କ ଗହଣରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପାରମ୍ପରିକ କଳାର ପୁନରୁଦ୍ଧାର, ତା’ର ବିକାଶ ଏବଂ କିପରି ତାହା ଲୋକାଭିମୁଖୀ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ଜୀବନ ଜ୍ୟୋତି କଳା ପରିଷଦର ସଭାପତିଙ୍କ ସହ , ଉପସଭାପତି ହେବଳ ଦିଗାଳ , ସମ୍ପାଦକ ପରମାନନ୍ଦ ନାୟକ, ଉପଦେଷ୍ଟା ଡୀକ୍ ସନ୍ ନାୟକ, ସୁରେନ୍ଦ୍ର ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାଲିଗୁଡା ଉପଖଣ୍ଡ କଳାକାର ସଂଘର ସଭାପତି ପ୍ରଦୀପ କୁମାର ମଲ୍ଲିକ, ଉପସଭାପତି ଶୁକଦେବ ନାୟକ, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ସହ ସମ୍ପାଦକ ତଥା ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟର ଅଧକ୍ଷ ଦେବରାଜ କୈବର୍ତ୍ତ, ଉପଦେଷ୍ଟା ସୁନିଲ କୁମାର ନାୟକ, ନୃତ୍ୟ ଗୁରୁ ପୀତବାସ ନାୟକ ଏବଂ କଳାକାର ସଦସ୍ୟ ସୁରଜ ମୁଖୀ, ତୁଷାର ମୁଖୀ ଓ ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜୀବନ ଜ୍ୟୋତି କଳା ପରିଷଦର ସମ୍ପାଦକ ନିଜ ବିବୃତିରେ କହିଥିଲେ ଯେ, ସଂଗଠନ ଦ୍ଵାରା ପ୍ରତି ଗାଁ ଗାଁରେ ଲୁଚି ରହିଥିବା କଳା ପ୍ରତିଭାର ଉଦ୍ଧାର ଏବଂ ବିଲୁପ୍ତ ପ୍ରାୟ କଳା ସଂସ୍କୃତିକୁ ପୁନର୍ଜୀବିତ କରିବା ପାଇଁ ତାଙ୍କ ସଂଗଠନର ପ୍ରୟାସ ଜାରି ରହିଛି । ତତ୍ ସହିତ ଉପଖଣ୍ଡ କଳାକାର ସଂଘର ସମ୍ପାଦକ କହିଥିଲେ ଯେ, କନ୍ଧମାଳର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ଵ ଦରବାର ରେ ପରିଚିତ କରାଇବା ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.