କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରିଥିବା ନୂତନ ପେନସନ ଯୋଜନାକୁ ବିରୋଧ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଭବାନିପାଟଣା ଶିକ୍ଷକ ଭବନ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ୧୩ ଗୋଟି ବ୍ଲକର ଶିକ୍ଷକ ମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରିଥିବା ନୂତନ ପେନସନ ଯୋଜନା ବିରୋଧ କରି ପୁଙ୍ଖାନୁପୁଙ୍ଖ ଆଲୋଚନା ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଜିଲ୍ଲା ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧିରେନ୍ ପଟ୍ଟନାୟକ ସମସ୍ତ ଶିକ୍ଷକଙ୍କୁ ସଙ୍ଗଠିତ ହେବା ପାଇଁ ମୂଲମନ୍ତ୍ର ଦେଇଥିଲେ। ଏହି ଅବସରରେ ସମସ୍ତ ବ୍ଳକରୁ ଜଣେ ଲେଖାଏଁ ସଭ୍ୟ/ସଭ୍ୟା ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା।
ସଭାର ଦିତୀୟ ଅଧିବେଶନରେ ନୂତନ ପେନସନ ଯୋଜନାକୁ ତୁରନ୍ତ ରଦ୍ଦ କରି ପୁରାତନ ପେନସନ ଯୋଜନାକୁ କାର୍ଯକାରୀ କରିବା ଏବଂ ଛଅ ବର୍ଷକୁ ମୂଳ ଚାକିରି ଭାବେ ଗଣନା କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଠାରେ ଦାବି ଜଣାଇବା ସକାଶେ ଆସନ୍ତା ଅଗଷ୍ଟ ୨୧ ତାରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଶିକ୍ଷକ ଭବନ ଭବାନିପାଟଣା ଠାରେ ବିଶେଷ ପ୍ରଦର୍ଶନ ପାଇଁ ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସଭା ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଉପେନ୍ଦ୍ର ପ୍ରଧାନ, ବିଶ୍ବଜିତ ବେହେରା, ଲଲିତ କୁମାର ନାଏକ, କିଶୋର ଭୋଇ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମାଧ୍ୟମିକ ଶିକ୍ଷକ ସଂଘ କଳାହାଣ୍ଡି ତରଫରୁ ସାମନ୍ତ କୁମାର ପଟ୍ଟଯୋଷୀ, ଏନ୍ଏମ୍ ଓ ପିଏସ୍ ସଭାପତି ଗିରିଜା ସହୁ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ, ସମ୍ପାଦକ ଓଷ୍ଠା ସୂର୍ଯ୍ୟ ପ୍ରସାଦ ଠାକୁର, ଶକ୍ତି ପ୍ରସାଦ ମେହେର, ବିଭୁ ଭୁଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ।