ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମାଣିକେଶ୍ଵରୀ ହାଇସ୍କୁଲ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ପଞ୍ଚ ଦିବସୀୟ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳାର ସପ୍ତମ ପର୍ଯ୍ୟାୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପ ଦାର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ୯୫ ଜଣ ଶିକ୍ଷକ ଏହି ଲିଡରସିପ ଓ ଡିଜିଟାଲ ସ୍କିଲ ତାଲିମ ଶିବିରରେ ଯୋଗଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା। ସାଧନ କର୍ମୀ ସମୀର କୁମାର ବେହେରା, ବିଜୟାନନ୍ଦ ହୋତା, ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଜାନୀ, ପ୍ରୋଗ୍ରାମର ସୌମେନ୍ଦ୍ରନାଥ ପଟ୍ଟନାୟକ, ଜୀବନ ପଣ୍ଡା ପ୍ରମୁଖ ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ନିଶଙ୍କଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିଥି ଭାବେ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ମିଶ୍ର ସାଇକେଲ ଯୋଗେ ସମଗ୍ର ଭାରତ ବର୍ଷ ବୁଲି ସଡ଼କ ସୁରକ୍ଷା ଓ ପରିବେଶ ସଚେତନତା ଉପରେ କାର୍ଯ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପେଡ଼ାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରକୃତିବନ୍ଧୁ ରବି କାନୁନଗୋ, ନାରାୟଣ ସାହୁ, ପ୍ରଧାନ ଶିକ୍ଷକ ସଙ୍ଗୀତା ମହାନ୍ତି, ପ୍ରଭାତ ସାହୁ, ଅଜିତ ପ୍ରଧାନ, ଲଳିତ ମୋହନ, ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।