କର୍ଲାମୁଣ୍ଡା ବ୍ଲକରେ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟା ବନଛୋରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଧିନସ୍ଥ ଭଟାପଲା ଗ୍ରାମର ଗଣେଶ ଯୁବ ସଂଗଠନ ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ମଦନପୁର ରାମପୁର ବନାଞ୍ଚଳ ଅଧିକାରୀ ଅଶିତ କୁମାର ଦାସ ସହଯୋଗରେ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ସମ୍ମାନିତ ଅତିଥି ଭାବରେ ମଦନପୁର ବନପାଳ ଅଧିକାରୀ ଲବ ପଣ୍ଡା, ବୋରପଦର ସରପଞ୍ଚ ସୁବାଶ ସାହୁ, ଭଟାପଲା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଝସକେତନ ଘିଭେଲା, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ଉପସ୍ଥିତ ରହି ବୃକ୍ଷ ଆମ ମଣିଷ ସମାଜ ତଥା ଜୀବଜଗତରେ ବସବାସ କରୁଥିବା ସମସ୍ତ ପ୍ରାଣୀ ମାନଙ୍କ ପାଇଁ କେତେ ଆବଶ୍ୟକ ସେନେଇ ଯୁବପିଢ଼ି ମାନଙ୍କୁ ବୁଝାଇ କହିଥିଲେ ବେଳେ ଗଣେଶ ଯୁବ ସଂଗଠନ ଭଟାପଲା ଗ୍ରାମରେ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଯୁବକ ଅନୁଷ୍ଠାନର ସଭ୍ୟ ମାନଙ୍କୁ ଜାତୀୟ ଯୁବ ସ୍ୱେଚ୍ଛା ସେବୀ ସନତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.