‘ଯିଏ ନିଜକୁ ଠିକ ଭାବରେ ସ୍ବାଧ୍ୟାୟ କରେ ସେ ହିଁ ପ୍ରକୃତ ମଣିଷ’

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ବାଲେଶ୍ଵର ଜିଲ୍ଲାର ସୁପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର” ପକ୍ଷରୁ ନିରନ୍ତର ଚାଲି ଆସୁଥିବା ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ମୁମ୍ବାଇରୁ ଅଧ୍ୟାପିକା ସ୍ନେହ ମିଶ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଲୋଚକ ତଥା ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର ଯୋଗଦେଇଥିଲେ। ପ୍ରାରମ୍ଭରେ ଡକ୍ଟର ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ଓ ଅନୁଷ୍ଠାନର ମୁଖ୍ୟ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ।

Omkar Vasthu
Omkar Vasthu

ଯଦୁପତି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି – ହେ ଅର୍ଜୁନ ! ଯିଏ ଯୋଗୀ, ଅଭ୍ୟାସ ଯୋଗରେ ଯୁକ୍ତ ହୋଇ ଏକାଗ୍ର ମନରେ ଦିବ୍ୟ ପରମ ପୁରୁଷଙ୍କୁ ଧ୍ୟାନ କରି ପ୍ରାପ୍ତ ହୁଅନ୍ତି। ଚାପରେ ଥିଲେ ବି ସଂଯମୀ ପଥଚ୍ୟୁତ ନ ହେଉ। ସତ୍ୟ ହେଉଛି ସରଳ, ବୁଝାଇ ବସିଲେ ଜଟିଳ ହୋଇଯାଏ। ଯିଏ ନିଜକୁ ଠିକ ଭାବରେ ସ୍ବାଧ୍ୟାୟ କରେ, ସେ ହିଁ ପ୍ରକୃତ ମଣିଷ। ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ପ୍ରଦୀପ୍ତ ମିଶ୍ର। ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ରଙ୍କର ବକ୍ତବ୍ୟ ସରଳ, ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ଭକ୍ତି ଗଦଗଦ ହୋଇ ମନ୍ତବ୍ୟ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୫୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରୀତା ଅପରାଜିତା ମହାନ୍ତି ମହୋଦୟା ଧନ୍ୟବାଦ ଓ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.