ବଡଧାରପୁରରେ କୁଲତା ସମାଜର ନୂଆଖାଇ ଭେଟଘାଟ ଓ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କୁଲତା ସମାଜ ସାନ୍ତପୁର ଆଞ୍ଚଳିକ କମିଟିର ଆୟୋଜନରେ ବଡ଼ଧାରପୁର ଗ୍ରାମରେ ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ -୨୦୨୨ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି କୁଲତା ସମାଜ ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବିଜୟ କୁମାର ଭୋଇ, ଉପ ସଭାପତି ସଂଜୀବ ଭୋଇ, ଅଶ୍ୱିନ ପଧାନ, ମନମୋହନ ବିଶ୍ୱାଳ, ଅନିରୁଦ୍ଧ ବିଶ୍ୱାଳ, ସଂସ୍କାର କମିଟି ଅଧ୍ୟକ୍ଷ ରକ୍ଷାକର ଭୋଇ, କୋର କମିଟି ଅଧ୍ୟକ୍ଷ ଅନିରୁଦ୍ଧ ପଧାନ, ଜିଲ୍ଲା କୁଲତା ସମାଜର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ନାଏକ, ମହିଳା ସଭାପତି ପ୍ରମିଳା ପଧାନ, ରାମଚଣ୍ଡୀ ଦରବାର ଅଧ୍ୟକ୍ଷ ଅନନ୍ତରାମ ପଧାନ, ଓ ମନ୍ଦିର କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ଗଙ୍ଗାଧର ପ୍ରଧାନ, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ଭୋଇ , ରାମଚଣ୍ଡୀ ମନ୍ଦିର ପୂଜକ ଈଶ୍ୱର ଭୋଇ, ଉପଦେଷ୍ଟା କମିଟିର ସଦସ୍ୟ ଚିତ୍ତରଞ୍ଜନ ଭୋଇ, ସାନ୍ତପୁର ଆଞ୍ଚଳିକ କମିଟିର ସଭାପତି ଶରତ କୁମାର ପଧାନ, ସମ୍ପାଦକ ନେପାଳ ଚନ୍ଦ୍ର ବିଶ୍ୱାଳ ଏବଂ ବଡ଼ଧାରପୁର ସମାଜ କମିଟିର ସଭାପତି ଦେବାର୍ଚ୍ଚନ ପଧାନ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

ସାଂସ୍କୃତିକ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଧ୍ରୁବ ଚରଣ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୃତ୍ୟ, ଗୀତ ଓ ପାଲା ପରିବେଷଣ କରା ଯାଇଥିଲା । ଏଥିରେ ଝୋଟି ଓ ହୁଳହୁଳି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ମୋହନ ଶଙ୍କର ପ୍ରଧାନ ମଞ୍ଚ ପରିଚାଳନା କରଥିବା ବେଳେ ମନୋଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ଏଥିରେ ମୋଟ ୩୨ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ଉକ୍ତ ଶିବିରରେ କୁଳତା ସମାଜର ଯୁବ ସଭାପତି ଦେବେନ୍ଦ୍ର ସା ନେତୃତ୍ୱ ନେଇଥିବା ବେଳେ ଜାତୀନ୍ଦ୍ର ନାୟକ , ମିଲନ କୁମାର ଭୋଇ, ଉତ୍ତର କୁମାର ପଧାନ, ବିଜନ କୁମାର ପଧାନ, ସୁଶାନ୍ତ ବିଶ୍ୱାଳ, ସରୋଜ ପଧାନ, ତୁଷାର ପଧାନ, ଦିପୁନ ବିଶ୍ୱାଳ, ଯୋଗେଶ୍ୱର ଭୋଇ ଏବଂ ଉକ୍ତ ଅଞ୍ଚଳ ଯୁବକମାନେ ସହଯୋଗ କରିଥିଲେ ।

ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଡ଼. ଅମିତ କୁମାର ପଧାନ ଏବଂ ଭବାନୀପାଟଣା ରକ୍ତ ଭଣ୍ଡାର ର କର୍ମଚାରୀ ଲେବ ଟେକନିସିଆନ ସଙ୍ଘମିତ୍ରା ସୁନା, ତେଜରାଜ ଦଣ୍ଡସେନା, ଡୋଳାମଣି ମାଝୀ ପ୍ରମୁଖ କର୍ମଚାରୀ ରହି ରକ୍ତ ସଂଗ୍ରହ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.