ଓଡିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗାର ଶୈ।ଚାଳୟ ଶୋଚନୀୟ, ସମସ୍ୟାରେ ଛାତ୍ର

୫-ଟି ଯୋଜନାର ବିଦ୍ୟାଳୟ ରୁପାନ୍ତରଣରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିମୁଣ୍ଡା ମୈ।ଜା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)କୁ ୫-ଟି ଯୋଜନାରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବିନିମୟରେ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଇଛି । ହେଲେ ବିଦ୍ୟାଳୟର ବାଳକ ମାନଙ୍କ ପାଇଁ ରହିଥିବା ଶୈ।ଚାଳୟ ଶୋଚନୀୟ ହୋଇପଡିଛି । ଫଳରେ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଏନେଇ ବ୍ଲକ ପ୍ରଶାସନକୁ ବିଦ୍ୟାଳୟ କତୃପକ୍ଷ ଜଣାଇଥିଲେ ମଧ୍ୟ ତାହାର କୈାଣସି ସୁଫଳ ମିଳିନାହିଁ । ୫-ଟି ଯୋଜନାରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ସ୍କୁଲର ରୂପାନ୍ତରଣ କାମ ଯେଉଁ ଭଳି ହେବା କଥା ତାହା ହୋଇନଥିବା ନେଇ ଅଭିଯୋଗ ହେଉଛି । ସ୍ମାର୍ଟ ଶ୍ରେଣୀ ଗୃହଠୁ ଆରମ୍ଭ କରି ଇ-ଲାଇବ୍ରେରୀ ପ୍ରଭୃତି ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବିଦ୍ୟାଳୟର ରୂପରେଖ ବଦଳିନଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଯାହାକି ବିଦ୍ୟାଳୟର ଇନ୍ ସାଇଡ ପେଣ୍ଟିଙ୍ଗ, କଲର୍ ପ୍ରଭୂତ କାର୍ଯ୍ୟ ବାକି ରହିଥିବା ବେଳେ ଛାତ୍ରମାନେ ବ୍ୟବହାର କରୁଥିବା ଶୈ।ଚାଳୟର ପାଇପ୍ ତଥା ଟ୍ୟାପ୍ ଗୁଡିକ ଭାଙ୍ଗିଯାଇଥିଲେ ମଧ୍ୟ ତାହାକୁ ମରାମତି କରାଯାଇ ନାହିଁ । ଯାହାକି ଶୈ।ଚାଳୟ ଶୋଚନୀୟ ହୋଇପଡ଼ିଥିବା ବେଳେ ଦୁର୍ଗନ୍ଧ ମଧ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି । ଏନେଇ କେସିଙ୍ଗା ବିଇଓ ବବୃବାହାନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶୈ।ଚାଳୟ ସମସ୍ୟା ବିଷୟରେ ବିଡ଼ିଓଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.