ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ଥାନା ଚାଞ୍ଚେର ଗ୍ରାମପଞ୍ଚାୟତର ତନୁ ବାରିକ(୫୬)ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚାଞ୍ଚେର ମେନରୋଡ ଉପରେ ତନୁଙ୍କ ସେଲୁନ ଦୋକାନ । ସେ ଜଣେ ଆମିୟିକ ସ୍ବଭାବ ତଥା ପରୋପକାରୀ ମଣିଷ ଭାବେ ଜଣାଶୁଣା । ପ୍ରତିଦିନ ପରି ଘଟଣା ଦିନ ସେ ସେଲୁନରେ କାମସାରି ଘରକୁ ଫେରୁଥିବା ସମୟରେ ଢାବା ରାସ୍ତା ଉପରେ ଥିବା କେନାଲ ହୁଡାରେ ଭାରସାମ୍ୟ ହରାଇ ନାଳରେ ପଡିଯାଇଥିଲେ । ପାଖରେ ଥିବା ଲୋକେ ତାଙ୍କୁ ଉଠାଇ ଘର ଲୋକଙ୍କୁ ଖବର ଜଣାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କରି ପଛରେ ଦୁଇ ପୁଅ ଓ ସ୍ତ୍ରୀ ରହିଛନ୍ତି । ବଡପୁଅ ସରୋଜ ବାରିକ ମୁଖାଗ୍ନି ଦେଇଥିଲେ । ତାଙ୍କରି ଆକସ୍ମିକ ମୃତ୍ୟୁରେ ଅଞ୍ଚଳରବାସୀ ତଥା ବାରିକ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।