ନୂତନ ପେନସନଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ୍ ଠାରେ ନୂତନ ପେନସନଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କଳାହାଣ୍ଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାର କିପରି ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରିଛନ୍ତି, ତାହାର ତୀବ୍ର ପ୍ରତିବାଦ କରାଯାଇଥିଲା । ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣା ପରେ ପରେ ଯଦିଓ ଅନ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ, ମାତ୍ର ନୂତନ ପେନସନଭୁକ୍ତ ଶିକ୍ଷକମାନଙ୍କ ପାଇଁ ଏହା ଏକ ଅଭିଶାପ । ନା ମିଳିବ କୌଣସି ସୁବିଧା ନା ଦରମାରେ ଅଭିବୃଦ୍ଧି । ତେଣୁ ନିଜର ହକ ପାଇଁ ୫ଦଫା ଦାବି ଯଥା- ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ, ୬ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରୀରେ ଗଣନା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, ଏକ୍ସକ୍ୟାଡର ଉଚ୍ଛେଦ, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ ନେଇ ସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଲୋଚନା ପରେ ପରେ ନୂତନ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ପ୍ରଫୁଲ୍ଲ ଠାକୁର ସଭାପତି, ବିଶ୍ୱଜିତ ବେହେରା କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ, ସଂଗଠନ ସମ୍ପାଦକ ଅଜିତ ପଧାନ, ଜିଲ୍ଲା ସଂଯୋଜକ ସଂଜୀବ ପାଢ଼ୀ, ଉପସଭାପତି ଉଗ୍ରସେନ ସାହୁ, ମନୋଜ ସାହୁ, ନନ୍ଦିକିଶୋର ନାଏକ, ଯୁଗ୍ମ ସମ୍ପାଦକ ମଙ୍ଗଳ ତାଣ୍ଡି, ଘାସିରାମ ଖାଡାଙ୍ଗା, କୋଷାଧ୍ୟକ୍ଷ ନାରାୟଣ ବଗର୍ତ୍ତୀ, ମିଡିଆସେଲ ସଂଯୋଜକ ଭାବେ ଅମିତ ଜାଲ, ଉପଦେଷ୍ଟା ଭାବେ ସତ୍ୟବାନ ପାଣିଗ୍ରାହୀ, ଜାକୀର ମହମ୍ମଦ, ମନୋଜ ପଣ୍ଡା, ଅକ୍ଷୟ ରଥ, ରବୀନ୍ଦ୍ର ସେଠୀ ଓ ଧନଞ୍ଜୟ ସାହୁଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବ୍ଲକରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.