ସାଇକ୍ରିଷ୍ଣା ସହାୟତା ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାଂସ୍କୃତିକ ଭବନ ଠାରେ ସାଇକ୍ରିଷ୍ଣା ସହାୟତା ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅଭିମନ୍ୟୁ ଦାସ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଦୈତାରି ନାୟକ, ସିଟିଜିର ଅଧ୍ୟକ୍ଷ ରାଜେନ୍ଦ୍ର ପଲେଇ, ବିଜୟ ବେହେରା, ମାନସ ରଞ୍ଜନ ପଣ୍ଡା, କିନ୍ନର ନେତ୍ରୀ ମେନକା ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ସମାଜ ପାଇଁ କାମ କରୁଥିବା ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ କଟକ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମେ ଓଡ଼ିଆ ଭାରି ବଢିଆ ପରିବାରକୁ ‘ଏକ୍ସଲେନ୍ସ ଆୱାର୍ଡ଼-୨୦୨୨’ ରେ ଆମ କେନ୍ଦୁଝରର ଦୀପ୍ତିମୟୀ ପତିଙ୍କୁ ମଞ୍ଚରେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆମେ ଓଡ଼ିଆ ଭାରି ବଢିଆ ପରିବାରକୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ ସଂଗଠନର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.