ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ଜିଲ୍ଲା ଯାଦବ ମହାସଭାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଗୋପାଳପୁର ସ୍ଥିତ ଶ୍ରୀ ରାଧାମୋହନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଯାଦବ ମହାସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିଲେ । କଟକ ଜିଲ୍ଲା ସଭାପତି ପ୍ରଦୀପ ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ତୃଣ ମୂଳ ସ୍ତରରୁ ଯାଦବ ସଂଗଠନକୁ ସୁଦୃଢ କରିବା ସହ ଜିଲ୍ଲା ସ୍ତରୀୟ ବ୍ଲକ୍ କମିଟି ଗଠନ କରି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟ ଅତିଥି ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା ଭାରତ ବର୍ଷରେ ଯାଦବ ସମାଜ ତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଅଛି ଓ ରେଜେଙ୍ଗାଲାରେ ସହୀଦ ହୋଇଥିବା ୧୦୩ ସହୀଦ ଯାଦବଙ୍କୁ ସମ୍ମାନ ଜଣାଇବା ପାଇଁ ୧୮ ନଭେମ୍ବରରେ ସହୀଦ ମାଟି ସୁବାସ ବୋଷଙ୍କ ଜନ୍ମସ୍ଥାନ କଟକରୁ ବାହାରି ରାଜ୍ୟ ପରିକ୍ରମା କରି ୩୧ ନଭେମ୍ବରରେ ଭୁବନେଶ୍ଵରରେ ପହଞ୍ଚିଲେ ଭବ୍ୟ ସ୍ଵାଗତ ସମ୍ମାନ ପ୍ରଦାନ କରାଯିବା ସହ ରାଜ୍ୟର ପ୍ରତି ବ୍ଲକରେ ସହୀଦ ମାଟିକୁ ଉର୍ଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବ ବୋଲି ଜଣାଇଥିଲେ । ଏହାସହ ଆସନ୍ତା ୧୩ ନଭେମ୍ବରରେ ଜିଲ୍ଲା ଯାଦବ ମହାସଭା ତରଫରୁ ୪୨ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିରକୁ ସଫଳ କରିବାକୁ ଉପସ୍ଥିତ ଯାଦବ ପ୍ରତିନିଧି ମାନଙ୍କୁ ଆହ୍ବାନ ଦେଇଥିଲେ ଇଂ ବେହେରା ।
ମଞ୍ଚାସୀନ ସମ୍ମାନୀୟ ଅତିଥି ଭାବେ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଭଦ୍ରା ଦାସ, ଗୋପାଳ ଚନ୍ଦ୍ର ବେହେରା ନିଆଳି, ବିନୋଦ ବେହେରା ୪୨ ମୌଜା, ହରିହର ବେହେରା ବଡମ୍ବା, ଇନ୍ଦ୍ରମଣି ପାଇଲ ଟାଙ୍ଗୀ, ଧ୍ରୁବ ଚରଣ ବେହେରା ନଖରା, ଉପେନ୍ଦ୍ର ବେହେରା ସାଲେପୁର, ବିମାନ ବିହାରି ବେହେରା କଣ୍ଟାପଡ଼ା, ଜଗନ୍ନାଥ ବେହେରା ଟାଙ୍ଗୀ ଚୌଦ୍ବାର, ସନ୍ତୋଷ କୁମାର ବେହେରା ଆଠଗଡ଼ ଓ ମଣ୍ଟୁ ପରିଡ଼ା ବାଙ୍କୀ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ବେହେରା, ଚିତ୍ତରଞ୍ଜନ ବେହେରା, ପ୍ରସନ୍ନ ବେହେରା, ସାଗର ବେହେରା, ଅନର୍ବ ବେହେରା, ରମେଶ ପ୍ରଧାନ, ଶୁଭ୍ରାଂଶୁ ଶେଖର ବେହେରା, ଆଶିଷ ବେହେରା, ଜ୍ଞାନ ରଞ୍ଜନ ବେହେରା, ଧନଞ୍ଜୟ ଦାସ, ଆଦର୍ଶ ପ୍ରଶ୍ନବାଚୀ ବେହେରା ଓ ବୁଲେଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କଟକ ସଦର ଯାଦବ ମହାସଭା ସଭାପତି ଜନାର୍ଦ୍ଦନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।