କେଆର ଇଣ୍ଡିଆର ସମନ୍ୱୟ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସମ୍ମେଳନ କକ୍ଷରେ କେଆର ଇଣ୍ଡିଆର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ମହାଶକ୍ତି ମିଶନର ବ୍ଲକ ସଂଯୋଜକ ରୋହିତ କୁମାର ବିଶ୍ୱାଳ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରଥମେ ମହାତ୍ମା ଗାନ୍ଦୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କେଆର ଇଣ୍ଡିଆର ପ୍ରକଳ୍ପ ପରିଚାଳକ ଜ୍ୟୋତିପ୍ରକାଶ ରଥଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେଆର ଇଣ୍ଡିଆର ସଂଯୋଜକ ବିକାଶ ସିଂ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କେଆର ଇଣ୍ଡିଆ ତରଫରୁ ପ୍ରଥମ ପର୍ଯ୍ୟାୟରେ ନର୍ଲା ବ୍ଲକର ୮ ଗୋଟି ଗ୍ରାମ ପଞ୍ଚାୟତର ୨୦ ଗୋଟି ଗ୍ରାମକୁ ନିଆଯାଇଥିବା କଥା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ରଥ ସୂଚନା ପ୍ରଦାନ କରିବା ସହିତ ଏଥିରେ କାର୍ଯ୍ୟକାରୀ ହେଉଥିବା “ଶକ୍ତି” ପ୍ରକଳ୍ପ ବିଷୟରେ ବିସ୍ତାର ଭାବରେ ବୁଝାଇଥିଲେ । ପ୍ରକଳ୍ପର ଉଦେ୍ଦଶ୍ୟ, କାର୍ଯ୍ୟଶୈଳୀ, କାର୍ଯ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତର ଉପଲବ୍ଧ, କାର୍ଯ୍ୟ ସମୟରେ ଦେଖାଦେଉଥିବା ସମସ୍ୟା, ପରଷ୍ପରକୁ ସହଯୋଗ କରିବାର ଉପାଦେୟତା ବିଷୟରେ ଶ୍ରୀ ରଥ ବୁଝାଇଥିଲେ । ଏଥିରେ ଓଡିଶା ଜୀବୀକା ମିଶନର ବ୍ଲକ୍ ପରିଚାଳନା ସମିତିର ସଦସ୍ୟ, ୱାର୍ଲଡ ଭିଜନ ଓ ସହଭାଗୀ ବିକାଶ ଅଭିଯାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ, ନିର୍ବାଚିତ ଲୋକ ପ୍ରତିନିଧି, ଅଞ୍ଚଳର ବରିଷ୍ଠ ଚାଷୀ ମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ, ନିର୍ବାଚିତ ପ୍ରତିନିଧି “ଶକ୍ତି” ପ୍ରକଳ୍ପର ଉପାଦେୟତା ବିଷୟରେ ଉପଲବ୍ଧ କରି ଏହାର ପ୍ରଶଂଶା କରିବା ସହ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କେଆର ଇଣ୍ଡିଆର ସଂଯୋଜକ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.