ଡ଼ଙ୍ଗରଗଡ଼ ଜଳ ପ୍ରପାତକୁ ଇକୋଟୁରିଜିମ ମାନ୍ୟତା ଦାବୀନେଇ ସାମୁହିକ ପର୍ବତାରୋହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କଲମ ଗ୍ରାମପଞ୍ଚାୟତର ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବିନେଇ ସାମୁହିକ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଗ୍ରାମ ଦେବୀ ଦେବତାଙ୍କ ପୂଜା, ବୁଢ଼ାରାଜା ଓ ମାଁ ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ପର୍ବତାରୋହଣ ଆରମ୍ଭ ହୋଇଥିଲା । କର୍ଲାପଡା ଫରେଷ୍ଟର ଅଫିସର ଟିମ, କର୍ଲାପଡା ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଓ ତାଙ୍କ ଟିମଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଗ୍ରାମ୍ୟ କମିଟି, ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦର ସଦସ୍ୟ ସଦସ୍ୟା, ପଦାଧିକାରୀ ଏବଂ ମୁଖ୍ୟ ଉପଦେଷ୍ଟାଙ୍କର ନେତୃତ୍ୱରେ ପର୍ବତାରୋହଣ କାର୍ଯ୍ୟକ୍ରମ ହୋଇଥିଲା। ୫ଟି ଜଳପ୍ରପାତକୁ  ପରିଦର୍ଶନ କରି ସମସ୍ତେ ପାହାଡରୁ ତଳକୁ ଆସି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।

କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ, ବକ୍ତା ଭାବେ ମହେନ୍ଦ୍ର ବାଗ, ସମ୍ମାନିତ ଅତିଥି ଭାବେ ଶଶୀଦେବ ମାଝୀ, ଚନ୍ଦ୍ରସେଣା ବାଗ, କୀର୍ତ୍ତନ ମାଝୀ, ଲିଙ୍ଗରାଜ ଆଜାଦଙ୍କ ସମେତ ସୁରେଶ ମହାନନ୍ଦ, ଚକ୍ରଧର ସେଠି, ଭବାନୀ ସାହୁ, ଧବଳେଶ୍ୱର ମହାପାତ୍ର, ଶାନ୍ତି ସ୍ୱରୂପ ପଣ୍ଡା, ପ୍ରଦୀପ ଦାସ, ସଚିନ ଜୈନ, ମଧୁସୂଦନ ନାଗ, ସେନାପତି ନାଏକ, ଖୁସିରାମ ସାହୁ, କହ୍ନୁ ମାଝୀ, ଜନ୍ମେଜୟ ମାଝୀ, ଦେବ ମାଝୀ, ଜୟରାମ ମାଝୀ, ଭବାନୀ ବାଗ, ଟିକେ ଶବର, ଜଗନ୍ନାଥ ଶବର, ମାଧବ ମାଝୀ, ଚନ୍ଦ୍ରିକା ମାଝୀ, ମଞ୍ଜୁସୁତା ମାଝୀ, ନୀଲେ ମାଝୀ, ହେମଦେଇ ମାଝୀ, ବଳିଷ୍ଟ ଯୁଆଡ଼, ରମେଶ ବିଶି, ଡବଲ ମାଝୀ,  ସଭାମାଝୀ ଏବଂ କଲମ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.