ଆନ୍ତର୍ଜାତିକ ସେଚ୍ଛାସେବୀ ଦିବସ ଉପଲକ୍ଷେ ଏଜୁକେସନ ଫାଉଣ୍ଡେସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଏଜୁକେସନ ଫାଉଣ୍ଡେସନ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗ ର ସମନ୍ୱୟ ଯୁବଶକ୍ତି ର ପ୍ରୋତ୍ସାହନ ନାରୀ ସଶକ୍ତି କରଣ କରିବା ସହିତ ପ୍ରଯୁକ୍ତି ବିଦ୍ୟା ଓ କୋଶଳ ପ୍ରଶିକ୍ଷଣ ପ୍ରତି ଗ୍ରାମାଞ୍ଚଳରେ ସମସ୍ତ ଗୋଷ୍ଠୀ ର ବ୍ୟକ୍ତି କିପରି ଲାଭ ପାଇବେ ତତ୍ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଠାରେ ଏକ ପାଇଲଟ୍ ପ୍ରକଳ୍ପ ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜୟପାଟଣା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ଗୋଷ୍ଠୀ ସାଧନା କେନ୍ଦ୍ର ସଂଯୋଜକ ଟିକେ ଚନ୍ଦ୍ର ମାଝୀ,ଓ,ଏଲ୍, ଏମ୍ ସଂଯୋଜକ ମଳୟ ଦଳପତି, ଜିଲ୍ଲା ପ୍ରୋଗ୍ରାମ ଲିଡର ଦିବ୍ୟାଶୁ ଗୁପ୍ତା ବ୍ଲକ ମ୍ୟାନେଜର ଅଭିନବ ପାଣ୍ଡେ ସୋନାଲ ଲାଲ ସି, ଆର୍,ସି,ସି ଶ୍ରୀକାନ୍ତ ଦଳପତି ପ୍ରମୁଖ ଉପସ୍ଥିତ ରହି ଥିଲେ।

କାର୍ଯ୍ୟକ୍ରମ ର ଦ୍ବିତୀୟ ପର୍ଯ୍ୟାୟ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବଚ୍ଛତା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୟପାଟଣା ବ୍ଳକ ର ୨୨ ଗୋଟି ଗ୍ରାମ ପଞ୍ଚାୟତ ଓ ପ୍ରତି ପ୍ରାଥମିକ ବିଦ୍ୟାଳୟ ରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କ ସ୍ବଚ୍ଛତା ସମ୍ପର୍କରେ ଅବଗତ କରାଯିବା ସହିତ ନିଜର ଗାଁ ଏବଂ ବିଦ୍ୟାଳୟ କୁ କିଭଳି ସଫା ରଖିବେ ସେହି ବିଷୟରେ ଗୁରୁତ୍ବ ଉପଲବ୍ଧି କରିବେ ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.