ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ଭିମ ରାଓ ଆମ୍ବେଦକରଙ୍କ ୬୬ତମ ପରିନିର୍ବାଣ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ତୋଟାଗୁଡ଼ା ଛକରେ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ଭିମ ରାଓ ଆମ୍ବେଦକରଙ୍କ ୬୬ତମ ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ତୋଟାଗୁଡ଼ା ଆମ୍ବେଦକର ଛକରେ ଅବସ୍ଥାପିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ କାଶିପୁର ବ୍ଲକର ଅନେକ ବିଶିଷ୍ଟ ବ୍ୟକ୍ତି ତଥା ବିଏସପି ନେତା ସରୋଜ ନାଏକ, ସଞ୍ଜୀବ ନାଏକ, ଲାଲୁ ଦୁରୀଆ, ପବିତ୍ର ନାଏକ, ବୁଦ୍ଧିଜୀବୀ ପୂର୍ବତନ ଶିକ୍ଷକ ରେଲି ନାଏକ, କାଶିପୁର ବ୍ଲକ ଆମ୍ବେଦକର ମିଶନ ସଭାପତି ସୁବାସ ନାଏକ, ବିଏସପି ବ୍ଲକ ସଭାପତି ବିସମ୍ବର ନାଏକ, ସୁମନ୍ତ ନାଏକ, ଜିତେନ୍ଦ୍ର ନାୟକ, ଧର୍ମେନ୍ଦ୍ର ନାଏକ, ଆଲାରାମ ଭତ୍ରା ଓ କାଶିପୁର ବ୍ଲକର ନାରୀନେତ୍ରୀମାନେ ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ ଓ ମହାମାନ୍ୟ ବାବା ସାହେବଙ୍କ ସ୍ମୃତି ଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରକୃତରେ ବାବାସାହେବ ପୃଥିବୀର ଅନ୍ୟତମ ସର୍ବଶ୍ରେଷ୍ଠ ଜ୍ଞାନୀ ତଥା ସମ୍ବିଧାନ ପ୍ରଣୟନ କରିବା ସହ ସମାଜର ନିସହାୟ ତଥା ଆଦିବାସୀ, ଦଳିତ ମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ଉନ୍ନତି ନିମନ୍ତେ ସମ୍ବିଧାନ ଲେଖିଯାଇଛନ୍ତି, ସେଥିପାଇଁ ଯୁଗେ ଯୁଗେ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବହୁଜନ ସମାଜ ଶିକ୍ଷିତ ହୋଇ ଆମର ମସିହା ବାବା ସାହେବ ଆମ୍ବେଦକରଙ୍କ ଅନୁଗାମୀ ହୋଇ ତାଙ୍କ ସପ୍ନକୁ ସାକାର କରିବାକୁ ହେବ ବୋଲି ଉପସ୍ଥିତ ସମସ୍ତେ ଶପଥ କରିଥିଲେ। ଏହାସହ ଆସନ୍ତା ଦିନ ମାନଙ୍କରେ ନିଜ ସମାଜ ପାଇଁ ଲଢି ଅଧିକାର ହାସଲ ପାଇଁ ଅଣ୍ଟା ଭିଡ଼ି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.