ବଚପନ ଓ ଏକାଡେମୀକ ହାଇଟ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଗଣିତ, ଚିତ୍ର ଓ ହସ୍ତକଳା ମେଳା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ମାସ ୦୯ ଓ ୧୦ତାରିଖ ୨ଦିନ ଧରି ରାୟଗଡା ସହରର ପ୍ରେମ ପାହାଡ ରୋଡ ସ୍ଥିତ ବିଦ୍ୟାନଗର ଦ୍ୱିତୀୟ ଗଳିରେ ବଚପନ ଓ ଏକାଡେମୀକ ହାଇଟ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଗଣିତ ,ଚିତ୍ର ଓ ହସ୍ତକଳା ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଦାଶ , ନିର୍ଦ୍ଦେଶିକା ଶୁଶ୍ରୀତା ଦାଶ, ପ୍ରଧାନାଚାର୍ଯ୍ୟ ଏଲ . ନାରାୟଣ ମୂର୍ତ୍ତି , ଉପ ପ୍ରଧାନାଚାର୍ଯ୍ୟ ଶ୍ରୀଧର ମହାପାତ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମେଳାକୁ ସଫଳାନ୍ବିତ ରୂପେ ସଞ୍ଚାଳନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଶୋକ କୁମାର ଶତପଥି, ଜିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା , ଏନ.ପଟେଲ (ଅଧ୍ୟକ୍ଷ ୟୁଜିଏମଆଇଟି ମହାବିଦ୍ୟାଳୟ), ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ବିଚାରକ ରୁପେ ଯୋଗଦାନ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଶିଶୁଙ୍କ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ୫୮ ଟି ବିଜ୍ଞାନ ପ୍ରକଳ୍ପ , ୧୨ ଟି ଗଣିତ ପ୍ରକଳ୍ପ ଓ ୨୦୦ ରୁ ଉର୍ଦ୍ଧ୍ବ ଚିତ୍ର ଓ ହସ୍ତକଳା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସବୁଠାରୁ ମୁଖ୍ୟ ଆକର୍ଷଣ ରୂପେ ଶିଶୁମାନଙ୍କୁ ନେଇ “ଯୁବ ସଂସଦ” ଆୟୋଜନ କରାଯାଇଥିଲା । ଶିଶୁ ମାନଙ୍କର ନୃତ୍ୟ, ଗୀତ ଓ ବାଦ୍ୟଯନ୍ତ୍ର ତଥା ସ୍ୱତନ୍ତ୍ର କଳା ଗୁଡିକର ସିଧା ପ୍ରସାରଣ କରାଯାଇଥିଲା। ପ୍ରଦର୍ଶନୀ ଦେଖିବା ପାଇଁ ଆସିଥିବା ଅଭିଭାବକ ଓ ଅନ୍ୟାନ୍ୟ ଦର୍ଶକ ଏହି କାର୍ଯ୍ୟକ୍ରମରେ ଅତ୍ୟଧିକ ଆନନ୍ଦ ଅନୁଭବ କରିଥିଲେ। କାର୍ଯ୍ୟକ୍ରମକୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡା. ଦୁଃଖୀଶ୍ୟାମ ଦାଶ ଓ ତାଙ୍କ ସହ ଧର୍ମିଣୀ ଶ୍ରୀମତୀ ଅଳକା ଦାଶ, ଶିକ୍ଷାବିତ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି, ଡ଼ା. ୱାଇ. ଆର .ରାଓ, ଡ଼. କେ.ସାଲବା ରାଜୁ, ଟି. ଜୟରାମ, ଏ.ଭି.ଏସ ଗିରି, ଏଲ.ଚନ୍ଦ୍ରମୋୖଲି, ସୁରେଶ ଚନ୍ଦ୍ର ଚୌଧୁରୀ, ଶିବ ନାରାୟଣ ପାତ୍ର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦାନ ଦେଇ ସମସ୍ତ ଶିଶୁଙ୍କୁ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.